ଯୁବଶକ୍ତି ସମର୍ପିତ ଓଡିଶା ଓ ମା ମେଡିକାଲ ଷ୍ଟୋର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ଶୁକ୍ରବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁଆଳୋ ପଞ୍ଚାୟତ ପରମହଂସପୁର ଛକରେ ରହିଥିବା ମା ମେଡିକାଲ ଷ୍ଟୋର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଯୁବଶକ୍ତି ସମର୍ପିତ ଓଡ଼ିଶା ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଓ ମା ମେଡିକାଲ ଷ୍ଟୋରର ପ୍ରୋପାଇଟର ରୂପକ ରଞ୍ଜନ ସାହୁଙ୍କ ନେତୃତ୍ୱରେ ହୋଇଅଛି । ଏଥିରେ ଓଡ଼ିଶା ବ୍ଲଡ ବ୍ୟାଙ୍କ ଏସଡିଏଚ ତାଳଚେର କର୍ମଚାରୀଙ୍କ ଦ୍ଵାରା 51 ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା ।

ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଯୁବ ନେତା ଅଜିତ କୁମାର ସାହୁ ( ମଣ୍ଟୁ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ, ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, କୁଆଳୋ ପଞ୍ଚାୟତ ସରପଞ୍ଚ ଅଜିତ କୁମାର ସାହୁ, ସମାଜ ସେବୀ ବଳରାମ ପତି, ଡାକ୍ତର ମାନସ ସାହୁ, ଅବସର ପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ନାୟକ, ଗଣମାଧ୍ୟମ ପ୍ରତିନିଧି ନିର୍ମଳ ଗଡନାୟକ, ସୁବଳ ରାଉତ, ପ୍ରଶାନ୍ତ କୁମାର ସାହୁ, ଶାନ୍ତନୁ ଭୁକ୍ତା, ସନ୍ଦୀପ ଖିଲାର, ସୁଜିତ୍ ଦଳବେହେରା, ଭୀମସେନ ଖଟୁଆ, ରିପୁ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶିବିରରେ ସରାଙ୍ଗ ଆଇଜିଆଇଟିର ଅଧିକାଂଶ ଛାତ୍ର ଛାତ୍ରୀଙ୍କ ଉପସ୍ଥିତ ଦେଖିବାକୁ ମିଳିଥିଲା ।


ସେୟାର କରନ୍ତୁ