ଆଉ ଏକ ଘୂର୍ଣ୍ଣିବଳୟ, 28ରୁ ବର୍ଷା, ପାଣିପାଗ ବିଭାଗର ପୂର୍ବାନୁମାନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର : ରାଜ୍ୟରେ ଏବେ ଅଭାବି ବର୍ଷା ପରିଲକ୍ଷିତ ହେଉଅଛି । ଚାଷୀ ପୁଅ ପାଇଁ ଆଷାଢ଼ ଯାଇ ଶ୍ରାବଣ ଆସିଲାଣି, ହେଲେ ଯେଉଁ ଭଳି ଭାବରେ ବର୍ଷା ହେବା କଥା ତାହା ଆଶାନୁରୂପ ଭାବରେ ହୋଇନାହିଁ । ତେଣୁ ଚାଷୀ ତାର କାମ ପଛାଉଥିବାରୁ ଚିନ୍ତାରେ ରହିଅଛି । ମୌସୁମୀ ବର୍ଷାର ଅତା ପତା ନାହିଁ, ଏଠି ଲଘୁଚାପ ହିଁ କେବଳ ସାହା ଭରଷା । ଏହି ସମୟରେ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା 28 ତାରିଖ ଆଡ଼କୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହା ସହ ସଂଲଗ୍ନ ଥିବା ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଫ‌ଳରେ 28 ରୁ 30 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ହେବ ।

କେନ୍ଦ୍ରର ସୂଚନା ଅନୁଯାୟୀ, ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି ଏବଂ 28 ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଜଗତସିଂହପୁର, କଟକ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

29 ତାରିଖ ଦିନ ବର୍ଷାର ପରିମାଣ ଆଉ ଟିକେ ବଢ଼ିବ । ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏଥିସହ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ଝାରସୁଗୁଡ଼ା, ସୋନପୁର, ବରଗଡ଼ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । 30 ତାରିଖ ଦିନ ମଧ୍ୟ ରାଜ୍ୟରେ କିଛି ପରିମାଣରେ ବର୍ଷା କମିବ କିନ୍ତୁ ବର୍ଷା ଜାରି ରହିବ । କେନ୍ଦ୍ର ପକ୍ଷରୁ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।


ସେୟାର କରନ୍ତୁ