ରାଜ୍ୟରେ ତାତି କମିବ, ଅନେକ ଜିଲ୍ଲା ବର୍ଷାରେ ଭିଯିବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲ୍ଲା ବର୍ଷାରେ ଭିଯିବ । ପଶ୍ଚିମା ଝଡ଼ ଆଣୁଛି ବର୍ଷା । ପଶ୍ଚିମା-ଝଡ଼ ସହ ଜଡିତ ବାୟୁମଣ୍ଡଳର ମଧ୍ୟଭାଗରେ ଥିବା ଟ୍ରଫ ଲାଇନ ସହ ବଙ୍ଗୋପସାଗର ଅଞ୍ଚଳରୁ ବାୟୁମଣ୍ଡଳର ନିମ୍ନ ଭାଗରେ ଜଳୀୟବାଷ୍ପପୂର୍ଣ୍ଣ ପୂର୍ବାଳୀ ବାୟୁ ସଂସ୍ପର୍ଶରେ ପାରସ୍ପରିକ କ୍ରିୟା ଯୋଗୁ 16 ଏବଂ 17 ତାରିଖରେ ବିଜୁଳି ଘଡଘଡି ସହ ଝଡ଼ ପବନ ଘଣ୍ଟା ପ୍ରତି ବେଗ 40 ରୁ 50 କିମି ସମ୍ଭାବନା ରହିଛି ।

16 ରେ 13 ଜିଲ୍ଲା ଏବଂ 17 ରେ 12 ଜିଲ୍ଲାକୁ ଝଡ଼ ପବନ ପାଇଁ ଚେତାବନୀ ଜାରି ହୋଇଥିବା ବେଳେ, ଉଭୟ ତାରିଖରେ 30 ଜିଲ୍ଲାକୁ ବିଜୁଳୁ ଘଡଘଡି ସହ ବର୍ଷା ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ଭୁବନେଶ୍ୱର ।


ସେୟାର କରନ୍ତୁ