ଭୟାବହ ଅଗ୍ନିକାଣ୍ଡ, ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ କଲା ଆୟତ୍ତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ଦିନ ମଧ୍ୟାହ୍ନ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ 21ଟି ପରିବାରର 40ରୁ ଉର୍ଦ୍ଧ ବଖରା ଘର ପୋଡି ପାଉଁଶ ହୋଇଯାଇଛି l ଏହି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ପଥରଖମ୍ବ ଗ୍ରାମର ହରିଜନ ସାହିରେ l ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ଜଣାପଡିଛି l

ତେବେ ଖବରପାଇ କାମାକ୍ଷାନଗର ଓ ପରଜଙ୍ଗ ଅଗ୍ନିଶମ ବିଭାଗର 3 ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା l ଏହି ଅଗ୍ନିକାଣ୍ଡରେ ପଥଖମ୍ବ ସମସ୍ତ ଅଗ୍ନିବିପର୍ଣ୍ଣଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସହ ସମସ୍ତ ଆସବାବପାତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି l

ସୂଚନା ମୁତାବକ, ତେବେ ଏହି ଅଗ୍ନିକାଣ୍ଡରେ 3ରୁ ଉର୍ଦ୍ଧ ଗ୍ୟାସ ଟାଙ୍କି ଫାଟି ଥିବା ବେଳେ, ଏକ ବାଇକ ସମ୍ପୂର୍ଣ ପୋଡ଼ି ନଷ୍ଟ ହୋଇଯାଇଛି l ଲୋକମାନଙ୍କର କହିବା ଅନୁଯାୟୀ, ଗ୍ୟାସ ଟାଙ୍କି ଫାଟୁଥିବାରୁ ନିଆଁକୁ ଆୟତ୍ତ କରିବା ଲୋକମାନଙ୍କ ପକ୍ଷେ ସମ୍ଭବ ହୋଇପାରିନଥିଲା l

ତେବେ ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନ କରି ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି l ଘଟଣା ସ୍ଥଳରେ ପଥରଖମ୍ବ ଗ୍ରାମପଞ୍ଚାୟତର ସରପଞ୍ଚ ବଳଭଦ୍ର ସାହୁ ଅଗ୍ନିବିପର୍ଣ୍ଣମାନଙ୍କୁ ଆଶ୍ୱାସନା ଦେବା ସହ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରୁଥିବାର ଜଣାପଡିଛି l


ସେୟାର କରନ୍ତୁ