ସାଧାରଣତନ୍ତ୍ର ଦିବସ ଓ ସ୍ୱରସ୍ୱତୀ ପୂଜାରେ ଶିକ୍ଷାନୁଷ୍ଠାନଗୁଡ଼ିକ ଉତ୍ସବ ମୁଖର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଆଜି ସାଧାରଣତନ୍ତ୍ର ଦିବସ ଓ ସରସ୍ବତୀ ପୂଜା ଏକା ଦିନରେ ଦେଖିବାକୁ ମିଳିଥିଲା । ଏହି କାରଣରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଉତ୍ସବମୁଖର ହୋଇଥିବାର ପରିଲକ୍ଷିତ ହୋଇଛି । ସକାଳୁ ସକାଳୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ପହଞ୍ଚିଛନ୍ତି । ପ୍ରଥମେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି ।

ଏହାପରେ ସରସ୍ବତୀ ପୂଜା ହୋଇଛି । ଅବଶ୍ୟ କିଛି ଜାଗାରେ ପ୍ରଥମେ ସାଧାରଣତନ୍ତ୍ର ଦିବସ ପାଳନ କରିବା ପରେ ପିଲାମାନେ ଘରକୁ ଆସି ପରେ ଶିକ୍ଷାନୁଷ୍ଠାନ ଯାଇ ସରସ୍ବତୀ ପୂଜା କରିବା ପାଇଁ ଯାଇଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ସାଜସଜ୍ଜା ହୋଇଛି । ପ୍ରାୟ ଦୁଇ ବର୍ଷ ହେବ କରୋନା କଟକଣା ହେତୁ ରାଜ୍ୟରେ ଏ ଦୁଇ ଉତ୍ସବ ଫିକା ପଡ଼ିଥିଲା । ପିଲାମାନଙ୍କ ମନରେ ଉତ୍ସାହ ନ ଥିଲା । ହେଲେ ଏଥର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଉତ୍ସାହ ବହୁଗୁଣିତ ହୋଇଛି ।


ସେୟାର କରନ୍ତୁ