ପରଜଙ୍ଗ : ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଗୁରୁବାର ଠାରୁ ତିନି ଦିନ ବ୍ୟାପି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା (BLOCK LEVEL ATHLETIC CRICKET & KHO-KHO CHAMPIONSHIP) ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁ ସିଂହ ନୋଡାଲ ବିଦ୍ୟାପୀଠ ଗ୍ରାଉଣ୍ଡରେ ଅନୁଷ୍ଠିତ ହେଉଅଛି । ଏଥିରେ ପରଜଙ୍ଗ ବ୍ଲକର ସମସ୍ତ ହାଇସ୍କୁଲର ବଛା ବଛା ପିଲାମାନେ ନିଜ ନିଜର ଖେଳ ଶିକ୍ଷକମାନଙ୍କ ସହ ଆସି ଅଂଶ ଗ୍ରହଣ କରିଛନ୍ତି । ତେବେ ସଠିକ ଭାବରେ ଖେଳ ପରିଚାଳନା ନିମିତ୍ତ ବ୍ଲକକୁ ଚାରୋଟି ଜୋନରେ ବିଭକ୍ତ କରାଯାଇଛି, ଯଥା- ପରଜଙ୍ଗ ଜୋନ୍, ମୁକ୍ତାପସି ଜୋନ୍, ସାଆନ୍ଦା ଜୋନ୍ ଏବଂ କୁଆଳୋ ଜୋନ୍ ଭାବରେ ବିଭକ୍ତ କରାଯାଇଛି ।

ଏହା ପରଜଙ୍ଗ ଗୋଷ୍ଠୀ ଶିକ୍ଷାଧିକାରୀ (BEO) ହରିହର ଦେହୁରୀଙ୍କ ଅଧ୍ୟକ୍ଷତାରେ ହେଉଥିବାବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପ ଗୋଷ୍ଠୀ ଶିକ୍ଷାଧିକାରୀ (ABEO) ଦୟାନିଧି ପାଣି, M S ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରମେଶଚନ୍ଦ୍ର ପରିଡା ଏବଂ ବୃନ୍ଦାବନ ପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା CRCC ଜ୍ୟୋଥାମୟୀ ଦାସ ମହୋଦୟ ଉପସ୍ଥିତ ରହିଥିଲେ ।

ସୂଚନା ଥାଉକି, ପ୍ରଥମ ଦିନର ଖେଳ ଭାବରେ କବାଡି ଏବଂ ଭଲି ବଲ ହେଉଥିଲା ବେଳେ ଦ୍ୱିତୀୟ ଦିନରେ ଖୋ-ଖୋ ଏବଂ ଆଥଲେଟ ଖେଳ ହେବ । ସେହିପରି ତୃତୀୟ ଦିନରେ କ୍ରିକେଟ ଖେଳ ହେବାର ରହିଅଛି । ତେବେ ଏହି ଖେଳ କାର୍ଯ୍ୟକ୍ରମଗୁଡ଼ିକୁ ଆଗକୁ ନେବା ପାଇଁ ବିଭିନ୍ନ ହାଇସ୍କୁଲର ଖେଳ ଶିକ୍ଷକମାନଙ୍କ ଉପରେ ନ୍ୟସ୍ଥ ହୋଇଅଛି ।


ସେୟାର କରନ୍ତୁ