ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟେରା କଲେ ଲୁଟ୍, ଘଟଣା ସିସିଟିଭିରେ କଏଦ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟେରା କଲେ ଲୁଟ୍ । ଏହି ଘଟଣା ଘଟିଛି ପରଜଙ୍ଗ ଲକ୍ଷ୍ମୀ ବଜାର ସ୍ଥିତ ଲଳିତା କ୍ଲଥ ଷ୍ଟୋରରେ । ମାଲିକ ଏବଂ ପିଲାଙ୍କୁ ବନ୍ଧୁକ ଭୁଜାଲି ଦେଖାଇ ଟଙ୍କା ସହ ସୁନା ଚେନ ଓ 3ଟି ମୋବାଇଲ ଲୁଟି ନେଲେ 6 ଦୁର୍ବୁତ୍ତ । ଲୁଟ୍ ବେଳର ଦୂର୍ଷ୍ୟ ସିସିଟିଭିରେ ହୋଇଛି କଏଦ ।

ଦୋକାନ ମାଲିକ ଅଙ୍କିତ ମୁନ୍ଦରାଙ୍କ ସୂଚନା ମୁତାବକ, ପ୍ରଥମା ଅଷ୍ଟମୀ ପାଇଁ ଗତ କାଲି ସନ୍ଧ୍ୟାରୁ (ମଙ୍ଗଳବାର ରାତି) ଦୋକାନ ପ୍ରବଳ ଭିଡ଼ ଥିବା ବେଳେ ଦୋକାନ ବନ୍ଦ କରିବାକୁ ଟିକେ ବିଳମ୍ୱ ହୋଇଥିଲା । ତେବେ ଗତ ରାତି 9 ଘଟିକା 50 ମିନିଟ ସମୟରେ ଅଚାନକ 6 ଜଣ ଦୁର୍ବୁତ୍ତ ମୁଖା ପିନ୍ଧି ଦୁଇଟି ବାଇକ ରେ ଆସି, ଫାଙ୍କା ଗୋଳି ଚଳାଇବା ସହ ତାଙ୍କୁ ଭୁଜାଲି ଦେଖାଇବା ସହ ଆକ୍ରମଣ କରି ପାଖରେ ଥିବା ନଗଦ 50 ହଜାରରୁ ଉର୍ଦ୍ଧ ଟଙ୍କା ସହ ସେ ପିନ୍ଧିଥିବା ସୁନା ଚେନ ଓ 3 ଟା ମୋବାଇଲ ଲୁଟି ନେଇ ଫେରାର ହୋଇ ଯାଇଥିଲେ । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳେ ଦୂର୍ବୁତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ତେବେ ମାଲିକ ଅଙ୍କିତଙ୍କୁ ଦୁର୍ବୃତ ମାନେ ଆକ୍ରମଣ କରିବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ଜଣାପଡିଥିଲା । ପରେ ଏନେଇ ପରଜଙ୍ଗ ପୋଲିସ ସହ ସାଇଣ୍ଟିଫିକ ଟିମ ଓ ଡଗ ସ୍କାର୍ଡ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି ।

ସୂଚନା ଥାଉକି, କିଛିଦିନ ହେବ ପରଜଙ୍ଗ ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଦୁର୍ବୃତ ମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି । କହିବାକୁ ଗଲେ କିଛି ଦିନ ତଳେ ମଧ୍ୟ ଥାନା ଠାରୁ କିଛି ମିଟର ଦୂରରେ ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏବେ ପୁଣି ବଜାର ମଧ୍ୟରୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଅଛି । ଯାହାକି ଏବେ ପରଜଙ୍ଗ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

ଅନ୍ୟ ପକ୍ଷରେ କହିବାକୁ ଗଲେ, ବାରମ୍ବାର ଏଭଳି ଘଟଣାମାନ ସାମ୍ନାକୁ ଆସିବା ଫଳରେ ପରଜଙ୍ଗ ଅଞ୍ଚଳବାସୀ ନିଜକୁ ଆଉ ସୁରକ୍ଷିତ ମନେ କରୁନାହାନ୍ତି l ଏହି ଘଟଣା ପରେ ପୋଲିସ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଉ ବୋଲି ସାଧାରଣରେ ଦାବି ହେଉଛି । ନଚେତ ଏ ନେଇ ଆଗାମୀ ଦିନରେ ରାଜରାସ୍ତା ବନ୍ଦ କରାଯିବ ବୋଲି ବଜାର କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।


ସେୟାର କରନ୍ତୁ