ବଢ଼ିଲା ଶୀତ: 20ଟି ସ୍ଥାନରେ ପାରଦ 15 ଡିଗ୍ରୀ ତଳେ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଶୀତର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି l ଆଜି ରାଜ୍ୟର 20ଟି ସ୍ଥାନରେ 15 ଡିଗ୍ରୀ ତଳେ ତାପମାତ୍ରା ରହିଥିବା ରେକର୍ଡ ହୋଇଛି l ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟର ଯୋଗେ ସୂଚନା ଦିଆଯାଇଛି । ତେବେ ଏଥିମଧ୍ୟରୁ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ହୋଇଥିଲା ବେଳେ ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା 7.2 ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି ।

ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି କୋରାପୁଟର ଶିମିଳିଗୁଡ଼ା । ଏଠାକାର ରାତିର ସର୍ବନିମ୍ନ ତାପମାତ୍ରା ତାପମାତ୍ରା ରହିଛି 9 ଡିଗ୍ରି । ତା ତଳକୁ ରହିଛି ଫୁଲବାଣୀ-10.5 ଡିଗ୍ରି, କୋରାପୁଟ-11, ଦାରିଙ୍ଗିବାଡ଼ି-11, ଦେବଗଡ଼-13, ହୀରାକୁଦ-13.3,ବୌଦ୍ଧ ଓ ରାଣିତାଲ(ଭଦ୍ରକ)-13.5, ଢେଙ୍କାନାଳ ଓ ନୟାଗଡ଼-13.5, ସୋନପୁର-14.6 ଓ ସମ୍ବଲପୁର-14.9 ଡିଗ୍ରି । ଏଣେ କଟକରେ ରାତିର ସର୍ବନିମ୍ନ ତାପମାତ୍ରା 16.4 ଥିବା ବେଳେ ଭୁବନେଶ୍ବରରେ ଏହା 16 ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି ।

ଆଗାମୀ 3 ରୁ 4 ଦିନ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ରାଜ୍ୟରେ ଥଣ୍ଡା ଅନୁଭୂତ ହେବ ବୋଲି ମଧ୍ୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।


ସେୟାର କରନ୍ତୁ