ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ବିଧାୟକଙ୍କ ଦ୍ୱାରା ପଞ୍ଚାୟତ ଗୃହ ଉଦଘାଟିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟରେ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର 2 ପର୍ଯ୍ୟନ୍ତ ଅର୍ଥାତ ଏକ ମାସ ପର୍ଯ୍ୟନ୍ତ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଚାଲୁରହିଛି । ଏହି ଅବସରରେ ଆଜି ପରଜଙ୍ଗ ବ୍ଲକ ଅନ୍ତର୍ଗତ ବଡଝରା, ମୁକ୍ତାପସି ଏବଂ ପଥରଖମ୍ବ ଗ୍ରାମପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଚାଲୁରହିଥିଲା । ଏହି ପଦଯାତ୍ରାରେ ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ ନେତୃତ୍ୱରେ ଶହଶହ ସଂଖ୍ୟାରେ ବହୁ କର୍ମୀ ସାମିଲ ରହିଥିଲେ । ଏହା ସହିତ ପଥରଖମ୍ବ ଠାରେ ବିଧାୟକଙ୍କ ଦ୍ୱାରା ପଥରଖମ୍ବ ଗ୍ରାମପଞ୍ଚାୟତ ଉଦଘାଟିତ ହେବା ସହ ଏକ ପଦଯାତ୍ରା ଜନସଭା ଆୟୋଜିତ ହୋଇଥିଲା ।

ତେବେ ଏଥିରେ ମୁଖ୍ୟ ଅତିଥି ଭାବରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ ଯୋଗ ଦେଇ ଦୀପ ପ୍ରଜ୍ବଳନ କରିଥିଲେ । ଏହାପରେ ଲୋକମାନଙ୍କର ଜନହିତ ସାଧନ କରୁଥିବା ସରକାରଙ୍କର ବହୁ ଯୋଜନା ବିଷୟରେ ଆଲୋକପାତ କରିବା ସହ ବିରୋଧି ଦଳଗୁଡିକୁ ସମାଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଥିବା ଅତିଥି ଭାବରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଯୁବ ନେତା ଅସିତ କୁମାର ରାୟ ଚୌଧୁରୀ (ଚିଣ୍ଟୁ), 2ନଂ ଜୋନ୍ ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ, ଯୁବ ବିଜେଡି ସଭାପତି ସୁବ୍ରତ ଦାସ, ପଥରଖମ୍ବ ସରପଞ୍ଚ ବଳଭଦ୍ର ସାହୁ, ପଥରଖମ୍ବ ସମିତିସଭ୍ୟା ମଞ୍ଜୁଳା ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ସେଇଭଳି ମୁକ୍ତାପସି ସରପଞ୍ଚ ସସ୍ମିତା ସାହୁ, ଯୁବ ଆଡ଼ଭୋକେଟ ପ୍ରେମାନନ୍ଦ ସାହୁ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରୀୟଜିତ୍ ସାମଲ, ଜିଲ୍ଲା ବିଜେଡ଼ି ସମ୍ପାଦକ ଗୌତମ ପାଣି, ଜିଲ୍ଲା ମହିଳା ଉପସଭାନେତ୍ରୀ ସିଷ୍ଟର ନିବେଦିତା, ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ତଥା ମିଡ଼ିଆ ସେଲ ପ୍ରେମାନନ୍ଦ ସାହୁ, ନିର୍ମାଣ ଶ୍ରମିକ ସଂଯୋଜକ ଦିଲ୍ଲୀପ କୁମାର ବର୍ମା, ପୂର୍ବତନ ସମିତିସଭ୍ୟ ସର୍ବେଶ୍ଵର ସାହୁ ପ୍ରମୁଖ ମଞ୍ଚାସିନ ରହିଥିଲାବେଳେ ଶତାଧିକ ବିଜେଡି ସମର୍ଥକଙ୍କ ସହ ବିଜୁ ଯୁବ ଛାତ୍ର ମହିଳା କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।


ସେୟାର କରନ୍ତୁ