ଦନ୍ତା ହାତୀର ମୃତ, ବନ ବିଭାଗ ଚଳାଇଛି ତଦନ୍ତ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ଧରାପୃଷ୍ଠରେ ସମୃଦ୍ଧି ଦେବୀ ମା ଗଜଲକ୍ଷ୍ମୀଙ୍କ ପୂଜା ଚାଲୁରହିଛି । ଏଭଳି ଏକ ସମୟରେ ଗଜରାଜଙ୍କର ମୃତ୍ୟୁର ଖବର ସାମ୍ନାକୁ ଆସିଅଛି । ତେବେ ଦେଖିବାକୁ ଗଲେ ରାଜ୍ୟରେ ଏବେ ପ୍ରତେକ ଦିନ କେଉଁଠି ନାଁ କେଉଁଠି ହାତୀ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସୁଛି । ଏବେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଭୁବନ ରେଞ୍ଜ ରାଙ୍କିଆ ଗାଁର କଇଁଥଗୋଡା ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ତେବେ ଏହି ଦନ୍ତାର ମୃତ୍ୟୁ ଏବେ ସନ୍ଦେହ ଘେରରେ । ହାତୀଟିର ଶୁଣ୍ଢଟି ଗଭୀର ଆଘାତ ହେବା ସହ ରକ୍ତାକ୍ତ ହୋଇଥିବା ଦେଖିବାକୁ ମିଳିଛି । ମୃତ ହାତୀର ବୟସ ପ୍ରାୟ 25ରୁ 30 ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବନ ବିଭାଗ ।

କହିବାକି, ଗତକାଲି ଏଅଞ୍ଚଳରେ ଦୁଇଟି ହାତୀ ବୁଲୁଥିବା ବେଳେ ଆଜି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି ।


ସେୟାର କରନ୍ତୁ