ପ୍ରଥମ ସୋମବାର: ଧବଳେଶ୍ୱରଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁମାନଙ୍କ ଭିଡ

ରାଜ୍ୟ
ସେୟାର କରନ୍ତୁ

କଟକ : ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ହୋଇଥିବାରୁ ଧବଳେଶ୍ୱରଙ୍କ ପୀଠରେ ଭକ୍ତମାନଙ୍କର ଭିଡ଼ ଦେଖିବାକୁ ମିଳୁଅଛି । ଧାର୍ମିକ ବିଶ୍ବାସ ରହିଛି ଯେ ଏହି ଦିନ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ଗତ ଦୁଇ ବର୍ଷ ହେଲା କୋଭିଡ କାରଣରୁ ଦର୍ଶନରୁ ବଂଚିତ ଥିଲେ ଭକ୍ତ ।

ଚଳିତ ବର୍ଷ କୋଭିଡ କଟକଣା ହଟିବା ପରେ କାର୍ତ୍ତିକ ମାସ ପ୍ରଥମ ସୋମବାରରେ ଧବଳେଶ୍ଵରଙ୍କୁ ଦର୍ଶନ କରିବା ସହ ପୀଠରେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନେ । ପୂଜକ ସମିତି ପକ୍ଷରୁ ଭୋର୍ 4ଟାରୁ ମନ୍ଦିରର ପହଡ ଖୋଲାଯାଇ 108 ସୁବାସିତ ଜଳରେ ବାବାଙ୍କୁ ସ୍ନାନ ପରେ ମଙ୍ଗଳାଆଳତୀ, ମଇଲମ୍, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି ।


ସେୟାର କରନ୍ତୁ