ମହା ସମାରୋହରେ ପାଳନ ହେଲା ମା ସମଲେଇଙ୍କ ଛତର ଯାତ୍ରା

ରାଜ୍ୟ
ସେୟାର କରନ୍ତୁ

ବଲାଙ୍ଗୀର : ଶୁକ୍ରବାର ଦିନ ଅଧିଷ୍ଟାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ଛତର ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପୂଜକ ତଥା ଝାଙ୍କର ଗୋପାଳ ଭୋଇଙ୍କ ଘରେ ପ୍ରଥମେ ଛତର ପୂଜା ହେବା ପରେ ସନ୍ଧ୍ୟାରେ ମାଁଙ୍କ ଛତରକୁ ସହର ପରିକ୍ରମା କରି ଘଣ୍ଟ ,ବାଦ୍ୟ ଓ ଘୁମୁରା ବଜା ଦ୍ବାରା ବିଶାଳ ଶୋଭାଯାତ୍ରାରେ ମନ୍ଦିରକୁ ନିଆଯାଇଥିଲା । ମାଙ୍କ ଛତର ସହିତ ବରୁଆ, ଦେହୁରୀ ପୂଝାରୀ, ବାହାଧରୁ ତଥା ସହଯୋଗୀ ଓ ମନ୍ଦିର କମିଟିର ସମସ୍ତ ସଦସ୍ୟ ସାମିଲ ଥିଲେ ।

ଛତର ବିଜେ ସମୟରେ ସହର ରାସ୍ତାର ଦୁଇ ପାଖରେ ଲୋକେ ମାଙ୍କ ଛତରକୁ ସ୍ବାଗତ ଜଣାଇବା ସହ ଆଶୀବାର୍ଦ ଭିକ୍ଷା କରିଥିଲେ । ଏହି ଅବସରରେ ଶନିବାର ଠାରୁ ତ୍ରିଦିନାତ୍ମକ ଚଣ୍ତୀ ଜଜ୍ଞ ସହ ଅଖଣ୍ତ ଦୀପ ପ୍ରଜ୍ଜଳନ ହେବ ବୋଲି କମିଟୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଛତର ଯାତ୍ରା ସମୟରେ ସହରର ମୁଖ୍ୟ ରାସ୍ତା ଲୋକାରଣ୍ୟ ହୋଇଯାଇଥିଲା l


ସେୟାର କରନ୍ତୁ