ପରଜଙ୍ଗ ମହାବିଦ୍ୟାଳୟ ଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିର ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟ ଠାରେ ବିଜୁ ଜନତା ଦଳର 25 ବର୍ଷ ପୂର୍ତ୍ତି ଅବସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳ ପକ୍ଷରୁ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ପରଜଙ୍ଗ ବିଧାୟକ ଡ଼ା ନୃସିଂହ ଚରଣ ସାହୁ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରର ଶୁଭାରମ୍ଭ କରିଥିଲେ ।

ଡ଼ା ସାହୁଙ୍କ କହିବା ଅନୁଯାୟୀ, ରକ୍ତଦାନ ମହାପୁଣ୍ୟ ଆମେ ସମସ୍ତେ ରକ୍ତଦାନ କରିବା ନିହାତି ଆବଶ୍ୟକ ଏହା ଦ୍ୱାରା ଆମେ ସୁସ୍ଥ ଆଉ ସୁରକ୍ଷିତରେ ରହିବା ସହିତ ଅନ୍ୟ ମାନଙ୍କର ଜୀବନ ବଞ୍ଚାଇ ଥାନ୍ତି । ଏଣୁ ସମସ୍ତ ଯୁବ ବର୍ଗ ରକ୍ତଦାନ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ନିଜର ବକ୍ତବ୍ୟରେ ରଖିଥିଲେ ।

ତେବେ ଏହି କାର୍ଯ୍ୟକ୍ରମରେ ସ୍ଥାନିୟ ବିଧାୟକଙ୍କ ସମେତ ଜିଲା ପରିଷଦ ଅଧକ୍ଷା ଅର୍ଚ୍ଚନା ପୁହାଣ ଜିଲା ପରିଷଦ ଉପାଧ୍ୟକ୍ଷା ବିଳାସିନି ସେଠି, ଯୁବ ନେତା ଅଜିତ କୁମାର ସାହୁ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରୁ 244 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ବେଳେ ରକ୍ତାଦାତା ମାନେ ବହୁତ ଉତ୍ସାହର ସହିତ ରକ୍ତ ଦାନ କରୁଥିବାର ଦେଖିବାକୁ ମିଳିଥିଲା ।

ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା, ଯୁବ ବିଜେଡ଼ି ସଭାପତି ସୁବ୍ରତ ଦାସ, ଗୌତମ ପାଣି, ବିଜେଡି ଜିଲ୍ଲା ସମ୍ପାଦକ ଭୁପେଶ ପ୍ରଧାନ ଏବଂ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହିଥିଲେ ।


ସେୟାର କରନ୍ତୁ