ବିଶ୍ଵ ରେଡ଼ିଓ ଦିବସ: ବାଲୁକା କଳାରେ ରେଡ଼ିଓ ତିଆରି କରି ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଜଣାଇଲେ ଶୁଭେଚ୍ଛା

ରାଜ୍ୟ
ସେୟାର କରନ୍ତୁ

ପୁରୀ : ଆଜି ହେଉଛି ବିଶ୍ଵ ରେଡ଼ିଓ ଦିବସ । ଆଧୁନିକ ଯୁଗରେ ଟେକ୍ନୋଲୋଜି ବହୁତ ଆଗକୁ ଯାଇଥିଲେ ମଧ୍ୟ ନିଜର ଲୋକପ୍ରିୟତା ବଜାୟ ରଖିଛି ରେଡ଼ିଓ । ଆଜି ମଧ୍ୟ ରେଡ଼ିଓ ଏବେ ନୂଆ ରୂପ ଓ ନୂଆ ରଙ୍ଗରେ ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଭାବରେ ଶ୍ରୋତାଙ୍କ ମନ ଜିଣୁଛି ।

ତେବେ ବୈଦ୍ୟୁତିକ ଗଣମାଧ୍ୟମ ଓ ବୈଦ୍ୟୁତିକ ମନୋରଞ୍ଜନ ତୁଳନାରେ ସବୁଠାରେ ସବୁ ପରିସ୍ଥିତିରେ ସବୁ ସ୍ଥାନରେ ପହଞ୍ଚି ଅଗଣିତ ଶ୍ରୋତାଙ୍କ ବିଶ୍ୱାସ ଭାଜନ ଓ ପ୍ରିୟ ହୋଇପାରିଛି ଏହି ରେଡ଼ିଓ । ଚାଷୀ, ମୂଲିଆ, ଖଟିଖିଆ ଶ୍ରେଣୀର ଲୋକଙ୍କ ପାଇଁ ରେଡ଼ିଓ ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ । ଆଉ ଏହା ମଧ୍ୟ ପରମ୍ପରା ସହିତ ଯୋଡି ହୋଇରହିଛି । ବିନା ବିଜୁଳିରେ ଚାଲୁଥିବାରୁ ଏହା ବିଭିନ୍ନ ବିପର୍ଯ୍ୟୟ ସମୟରେ ମଧ୍ୟ ଏହାର ଆବଶ୍ୟକତା ଢେର ଅଧିକ ଥାଏ ।

ସେହିପରି ଦୁର୍ଗମ ଅଞ୍ଚଳମାନଙ୍କରେ ଇଣ୍ଟରନେଟର ସେତେଟା ସୁବିଧା ନଥିବା ଯୋଗୁଁ ମୋବାଇଲ, ଟିଭି ଫେଲ ମାରୁଅଛି, କିନ୍ତୁ ରେଡ଼ିଓ ସ୍ରୋତାଙ୍କ ସହିତ ପୂର୍ଣ୍ଣ ପରିଚିତ ସହିତ ଯୋଗାଯୋଗ ରଖିଛି । ଆଜିକାଲି କମ୍ୟୁନିଟି ରେଡ଼ିଓର ଚାହିଦା ଢେର ଅଧିକ । ବର୍ତ୍ତମାନ ଡିଜିଟାଲ ଯୁଗରେ ମଧ୍ୟ ଯୁବ ପିଢ଼ିର ମୋବାଇଲରେ ଓ ଗୃହିଣୀ ମାନଙ୍କ ଘରେ ଥିବା ଏଲିଡି ଟିଭିରେ ରେଡ଼ିଓ ଶୁଣିବାର ସଉକ ଖୁବ୍ ରହିଛି ।

ତେବେ ସ୍ପାନିଶ୍ ରେଡ଼ିଓ ଏକାଡେମୀର ପ୍ରସ୍ତାବ ଓ ଜାତିସଂଘର ଅନୁମୋଦନ କ୍ରମେ 2012ରୁ ପ୍ରତିବର୍ଷ ଫେବୃୟାରୀ 13 ତାରିଖକୁ ବିଶ୍ଵ ରେଡ଼ିଓ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ସମୁଦ୍ର ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ।


ସେୟାର କରନ୍ତୁ