ଦନ୍ତା ଆକ୍ରମଣରେ ଜଣେ ଗୁରୁତର

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ନିର୍ମଳଚନ୍ଦ୍ର ଗଡନାୟକ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମରେ ବୁଧବାର ଭୋର ସମୟରେ ଜଣେ ଜନୈକ ବ୍ୟକ୍ତି ଦନ୍ତା ହାତୀ ଆକ୍ରମଣରେ ଶିକାର ହୋଇ ଗୂରୁତ୍ୱର ହୋଇଛନ୍ତି । ମହାବିରୋଡ ରେଞ୍ଜ ଅଧୀନସ୍ଥ ଡିହଡୋଳ ଫରେଷ୍ଟ ସେକ୍ସନ ଡମୋଳ ଗ୍ରାମର ବିଜୟ ନାୟକ (63 ବର୍ଷ) ଗାଁ ପାଖ ପଡିଆକୁ ଝାଡା ଯାଉଥିବା ସମୟରେ ଏକ ଦନ୍ତା ହାତୀର ଶିକାର ହୋଇ ଥିଲେ ।

ତେବେ ଗାଁର ଅନ୍ୟ କେତେ ଜଣ ଲୋକ ଏହି ସମୟରେ ଯାଉଥିବା ବେଳେ ଦନ୍ତାର ଆକ୍ରମଣ ଦେଖି ହୋହାଲ୍ଲା କରିଥିଲେ । ଏହାପରେ ଗାଁ ଲୋକେ ପାଟି ଶୁଣି ଧାଇଁ ଆସି ଦନ୍ତାକୁ ସେଠାରୁ ନିକଟସ୍ଥ ଜଙ୍ଗଲକୁ ତଡି ଦେଇଥିଲେ । କ୍ଷତାକ୍ତ ଅବସ୍ଥାରେ ଗାଁ ଲୋକେ ବିଜୟକୁ ଉଦ୍ଧାର କରିବା ସହ ବନ ବିଭାଗକୁ ଜଣାଇଥିଲେ ।

ସୂଚନା ଅନୁଯାୟୀ, ସେଠାରେ ବନ ବିଭାଗ କର୍ମଚାରୀ ଓ ହାତୀ ସ୍କ୍ୱାର୍ଡ ପହଞ୍ଚି ବିଜୟକୁ ପ୍ରଥମେ ପରଜଙ୍ଗ ମେଡ଼ିକାଲକୁ ଆଣି ଥିଲେ କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସଙ୍ଗେ ସଙ୍ଗେ ତାଳଚେର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।


ସେୟାର କରନ୍ତୁ