ଆଜି ହେଉଛି ବାହୁଡା ଯାତ୍ରା, ଶ୍ରୀମନ୍ଦିରକୁ ବାହୁଡ଼ିବେ ତିନି ଦିଅଁ

ଦେଶବିଦେଶ ରାଜ୍ୟ
ସେୟାର କରନ୍ତୁ

ପୁରୀ : ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଜନ୍ମବେଦିରେ ଲୀଳାଖେଳା ଶେଷ କରି ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ । ଲକ୍ଷଲକ୍ଷ ଭକ୍ତମେଳରେ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଫେରୁଛନ୍ତି ଶ୍ରୀମନ୍ଦିରକୁ ଜଗତର ନାଥ ଜଗର୍ଣ୍ଣାଥ । ଏହି ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ବାହୁଡ଼ା ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।‌ 75 ପ୍ଲାଟୁନ ପୋଲିସ ଫୋର୍ସ ସହ 1000 ପୋଲିସ ଅଧିକାରୀ ମୁତୟନ ରହିଛନ୍ତି ।

ତେବେ ନୀତି ନିର୍ଘଣ୍ଟ ଅନୁଯାୟୀ, ଶନିବାର ଭୋର 4 ଟାରେ ମଙ୍ଗଳ ଆଳତି, ଭୋର 4.15ରେ ମଇଲମ, 4.30ରେ ତଡ଼ପଲାଗି,‌ ରୋଷହୋମ, 5ଟାରେ ଅବକାଶ, 5.15ରେ ସୂର୍ଯ୍ୟପୂଜା, 5. 30ରେ ଦ୍ଵାରପାଳ ପୂଜା, ବେଶ ଶେଷ ହୋଇ ସକାଳ 5.45ରୁ 6.45 ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ, ସକାଳ 7ଟାରୁ 11.30 ସେନାପଟା ଲାଗି, 11.45ରେ ମଙ୍ଗଳାର୍ପଣ, ମଧ୍ୟାହ୍ନ 12ଟାରୁ 2.30 ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ନ 1ଟାରୁ 2.30 ମଧ୍ୟରେ ବେଶ ଶେଷ, ଅପରାହ୍ନ 2.30ରୁ 3.30 ଛେରାପହଁରା, ଅପରାହ୍ନ 3 ଟାରୁ 4ଟା ମଧ୍ୟରେ ଚାରମାଳ ଫିଟା ଓ 4 ଟାରେ ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।


ସେୟାର କରନ୍ତୁ