ଶରୀର ଓଜନ କମାଇବା ପାଇଁ କରନ୍ତୁ ମର୍ଣ୍ଣିଙ୍ଗ ୱାକ୍‌, ଆସନ୍ତୁ ଜାଣିବା ଏହାର ସଠିକ ଉପାୟ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଭାରତୀୟମାନଙ୍କର ଜୀବନଶୈଳୀ ଦେଖିଲେ ଜଣାଯାଏ ଯେ ଶରୀରର ଓଜନ ବଢ଼ିବା ପ୍ରାୟ ସୁନିଶ୍ଚିତ ହୋଇଥାଏ । ପେଟର ଚର୍ବି କମ୍‌କରିବା ସମସ୍ତଙ୍କ ପାଇଁ ସହଜ ନୁହେଁ, କିନ୍ତୁ କିଛି ହଲୁକା ବ୍ୟାୟାମ ଦ୍ୱାରା ଇଚ୍ଛାକୃତ ଫଳାଫଳ ମିଳିପାରିବ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ, ଚାଲିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଯଦି ଏହି ଅଭ୍ୟାସ ନିୟମିତ କରାଯାଏ, ତେବେ ଶରୀର ଓଜନକୁ କମାଇ ହେବ । ଚାଲିବା ଦ୍ୱାରା ଶରୀରରେ ଅନେକ କ୍ୟାଲୋରୀ କମିଯାଏ । ତଥାପି, ଚାଲିବା ସମୟରେ କିଛି ବିଶେଷ ଜିନିଷର ଧ୍ୟାନ ଦେବା ଉଚିତ୍ । ତାହେଲେ ଯାଇ ଆପଣଙ୍କ ଶରୀରର ଚର୍ବି କମିବ ।

ଆସନ୍ତୁ ଜାଣିବା ମର୍ଣ୍ଣିଙ୍ଗ ୱାକ୍‌ କରିବାର କିଛି ସଠିକ ଉପାୟ-

  • ଯଦି ଆପଣ ଶୀଘ୍ର ଓଜନ କମାଇବାକୁ ଚାହାଁନ୍ତି, ତେବେ ଧୀର ଚାଲିବା ପରିବର୍ତ୍ତେ ବଡ଼ ଜୋର୍‌ ଚାଲନ୍ତୁ, ଏହା ପେଟର ଚର୍ବିକୁ ଶୀଘ୍ର କମାଇବ ।
  • ସାଧାରଣତଃ ସମସ୍ତେ ବଡ଼ ଜୋର୍‌ ଚାଲିବାରେ ଅଭ୍ୟସ୍ତ ନୁହଁନ୍ତି, ତେଣୁ ଆରମ୍ଭ ଧୀର ଚାଲିବାରୁ କରନ୍ତୁ ଏବଂ ପରେ ଧୀରେ ଧୀରେ ବେଗ ବଢାନ୍ତୁ ।
  • ଯଦି ନିୟମିତ ଆପଣ ବଡ଼ ଜୋର୍‌ ଚାଲନ୍ତି, ତେବେ ଶରୀରର ଚର୍ବି ଏବଂ ଅନାବଶ୍ୟକ କୋଲେଷ୍ଟ୍ରଲ୍ର ଶୀଘ୍ର କମିଯାଏ ।
  • ସକାଳ ଚାଲିବା ସମୟରେ ଅଣ୍ଟାକୁ ସିଧା ରଖି ଚାଲନ୍ତୁ, ନଚେତ୍ ଶରୀରରେ ଏକ ଯନ୍ତ୍ରଣା ହୋଇପାରେ ।
  • ଯଦି ଆପଣ ବିଶ୍ରାମ ନେବାକୁ ଚାହୁଁଛନ୍ତି, ତେବେ ଅତି କମରେ 15 ମିନିଟ୍ ବଡ଼ ଜୋର୍‌ ଚାଲିବା ପରେ ବିଶ୍ରାମ ନିଅନ୍ତୁ ।
  • ଯଦି ଆପଣ ବିଶ୍ରାମ ନେବାକୁ ଚାହୁଁଛନ୍ତି, ତେବେ ଅତି କମରେ 15 ମିନିଟ୍ ବଡ଼ ଜୋର୍‌ ଚାଲିବା ପରେ ବିଶ୍ରାମ ନିଅନ୍ତୁ ।
  • ଯଦି ଆପଣ ଓଜନ ହ୍ରାସ କମାଇବାକୁ ଚାହାଁନ୍ତି, ତେବେ ପ୍ରତିଦିନ ସକାଳେ ଅତି କମରେ 30 ମିନିଟ୍‌ ବଡ଼ ଜୋର୍‌ ଚାଲନ୍ତୁ ।

ସେୟାର କରନ୍ତୁ