ପଞ୍ଜାବ ବିଧାନସଭା ଅଗ୍ନିପଥ ଯୋଜନା ବିରୋଧରେ କଲା ପ୍ରସ୍ତାବ ପାରିତ

ଦେଶବିଦେଶ
ସେୟାର କରନ୍ତୁ

ଚଣ୍ଡୀଗଡ଼ : ଗୁରୁବାର ଦିନ ପଞ୍ଜାବ ବିଧାନସଭା କେନ୍ଦ୍ରର ଅଗ୍ନିପଥ ପ୍ରତିରକ୍ଷା ନିଯୁକ୍ତି ଯୋଜନା ବିରୋଧରେ ଏକ ପ୍ରସ୍ତାବ ପାରିତ କରିଛି । ତେବେ ଭାରତୀୟ ଜନତା ପାର୍ଟିର ଦୁଇଜଣ ବିଧାୟକ ଅଶ୍ୱିନୀ ଶର୍ମା ଏବଂ ଜାଙ୍ଗି ଲାଲ ମହାଜନ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏହି ପ୍ରସ୍ତାବକୁ ଗୃହରେ ଉପସ୍ଥାପନ କରିଥିଲେ ।

ଏହି ପ୍ରସ୍ତାବ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ମାନ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଅଗ୍ନିପଥ ଯୋଜନା ପ୍ରସଙ୍ଗ ଉଠାଇବେ । ଅଗ୍ନିପଥ ଯୋଜନାକୁ ବିରୋଧ କରି ମାନ କହିଛନ୍ତି ଯେ ଏହି ଯୋଜନା ଦେଶର ଯୁବପିଢ଼ୀଙ୍କ ବିରୁଦ୍ଧରେ ଅଛି ।

ବିରୋଧୀ ଦଳର ନେତା ତଥା କଂଗ୍ରେସ ବିଧାୟକ ପ୍ରତାପ ସିଂହ ବାଜୱା ଅଗ୍ନିପଥ ଯୋଜନା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଅକାଳି ଦଳ ବିଧାୟକ ମନପ୍ରୀତ ସିଂହ ଅୟାଲି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ଏବଂ ଯୋଜନା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ଚାରି ବର୍ଷର ଚୁକ୍ତିରେ ସେନା, ନୌ ସେନା ଏବଂ ବାୟୁସେନାରେ 17 ରୁ 21 ବର୍ଷ ମଧ୍ୟରେ ଯୁବକମାନଙ୍କୁ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଆରମ୍ଭ କରିବା ପରେ ଦେଶର ବିଭିନ୍ନ ସ୍ଥାନରେ ଏହି ପ୍ରଦର୍ଶନ ଆରମ୍ଭ ହୋଇଥିଲା । ପରେ ଏହା ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମାକୁ 23 ବର୍ଷକୁ ବୃଦ୍ଧି କରାଯାଇଛି ।


ସେୟାର କରନ୍ତୁ