ପଞ୍ଚାୟତ ନିର୍ବାଚନ: 11ରେ ନାଏବ ସରପଞ୍ଚ, 12ରେ ବ୍ଲକ ଅଧ୍ୟକ୍ଷ ଓ 13ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ସରିଲାଣି ତଥାପି ରାଜନୀତି ଥମିବାର ନାଁ ଧରୁନି । ଏବେ ମଧ୍ୟ ମୈଦାନ ସରଗରମ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାରଠୁ ଆରମ୍ଭ ହେବ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଖବର ଅନୁଯାୟୀ, ଶୁକ୍ରବାର ନାଏବ ସରପଞ୍ଚ ପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ 12 ତାରିଖରେ ବ୍ଲକ ଅଧ୍ୟକ୍ଷଙ୍କ ଲାଗି ହେବ ନିର୍ବାଚନ । ଏହାପରେ 13 ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପାଇଁ ନିର୍ବାଚନ ହେବ । ଯେଉଁ ଗ୍ରାମପଞ୍ଚାୟତରେ ସରପଞ୍ଚ ଏବଂ ଅଧାରୁ ଅଧିକ ୱାର୍ଡ ମେମ୍ବର ନିର୍ବାଚିତ ହୋଇଛନ୍ତି । ସେହି ଠାରେ ନାଏବ ସରପଞ୍ଚ ନିର୍ବାଚନ ହେବ ।

ଏହି ନିର୍ବାଚନ ପ୍ରକ୍ରିୟାରେ କୋରମର ବ୍ୟବସ୍ଥା ରହିଛି । ନାଏବ ସରପଞ୍ଚ ପାଇଁ ଦିନ 10 ଟାରୁ 11ଟା ଭିତରେ ପ୍ରାର୍ଥୀପତ୍ର ଦଖଲ କରିବେ । ଜଣେ ସରପଞ୍ଚ ପୁରୁଷ ଥିଲେ ନାଏବ ସରପଞ୍ଚ ମହିଳା ହେବେ । କିନ୍ତୁ ସରପଞ୍ଚ ମହିଳା ଥିଲେ ନାଏବ ସରପଞ୍ଚ ମହିଳା ରହିପାରିବେ ।

ସେହିପରି ବ୍ଲକ ଅଧକ୍ଷ ପାଇଁ ପ୍ରାର୍ଥୀପତ୍ର 10.30 ରୁ 11.30 ଭିତରେ ଦାଖଲ କରିବେ । 11.30ରୁ 12.30 ଭିତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ । ଏହାପରେ 12.30 ରେ ଭୋଟଗ୍ରହଣ ହେବ। ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ବେଳେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ ।


ସେୟାର କରନ୍ତୁ