ମୁକ୍ତାପସି ସେବା ସମବାୟ ସମିତି ନିର୍ବାଚନ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ମୁକ୍ତାପସି ସେବା ସମବାୟ ସମିତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଅଛି । ସମବାୟର 15 ୱାର୍ଡ ବିଶିଷ୍ଟ ଏହି ପ୍ରକ୍ରିୟାରେ କେବଳ 15 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜଣାଯାଇଛି । ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ 2 ଜଣ ମହିଳା ଏବଂ 13 ଜଣ ପୁରୁଷ ଅଛନ୍ତି ।

ସୂଚନା ଥାଉକି, ସେବା ସମବାୟ ସମିତି ନିର୍ବାଚନର ମୋଟ ଭୋଟର ସଂଖ୍ୟା 1045 ଅଟେ । ଏହାର ୱାର୍ଡ ସଂଖ୍ୟା 15 ରହିଥିବା ବେଳେ ଏଥିରେ SC ସିଟ 2ଟି ଏବଂ ମହିଳା ସିଟ 2 ରହିଅଛି ।

ତେବେ ନାମାଙ୍କନ ପତ୍ର ଦାଖଲ କରିଥିବା ୱାର୍ଡ ସଭ୍ୟ ମାନଙ୍କ ମଧ୍ୟରେ ଅଛନ୍ତି, ବସନ୍ତ କୁମାର ନାୟକ, ପ୍ରତିମା ସାହୁ, ଦେବରାଜ ନାୟକ, କୃପାସିନ୍ଧୁ ସାହୁ, ଲିଟୁ ସାହୁ, କାର୍ତିକ ସାହୁ, ସରୋଜ କୁମାର ବେହେରା, ଗଗନ ବିହାରୀ ସାହୁ, ପଦ୍ମ ଚରଣ ସାହୁ, ମାନସ ଦେହୁରୀ, ଟିକି ସେଠୀ, ଜଳଧର ସାହୁ, ରୋହିତ କୁମାର ନାଏକ, ଗିରିଧାରୀ ସାହୁ ଏବଂ ରଞ୍ଜନ କୁମାର ସେଠୀ ରହିଛନ୍ତି ।


ସେୟାର କରନ୍ତୁ