Coronavirus: ଦେଶରେ 24 ଘଣ୍ଟାରେ ସାମ୍ନାକୁ ଆସିଲା 2002 ନୂଆ କେସ, ଆକ୍ଟିଭ ମାମଲା 17 ହଜାର 317

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୂର୍ବ 24 ଘଣ୍ଟାରେ 2002 ନୂଆ କରୋନା କେସ ସାମ୍ନାକୁ ଆସିଅଛି ଏବଂ 27 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 2550 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 4 କୋଟି 31 ଲକ୍ଷ 23 ହଜାର 801କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 5 ଲକ୍ଷ 24 ହଜାର 241 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 4 କୋଟି 25 ଲକ୍ଷ 82 ହଜାର 243 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା 17 ହଜାର 317 ହୋଇଯାଇଛି, ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ 191 କୋଟି 37 ଲକ୍ଷ 34 ହଜାର 314 ଡୋଜ ଟିକା ଦିଆଯାଇଛି । ଗତକାଲି 3 ଲକ୍ଷ 10 ହଜାର 218 ଡୋଜ ଟୀକା ଦିଆଯାଇଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 15 ମଇ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 84 କୋଟି 41 ଲକ୍ଷ 34 ହଜାର 156 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 2 ଲକ୍ଷ 97 ହଜାର 242 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ