ଲଘୁଚାପ : 7ରେ ଅବପାତ , 8 ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାଶ୍ୱବର୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ବାତ୍ୟାରେ ପରିଣତ ହେବା ସମ୍ଭାବନା ଦେଖାଦେଇଛି । ଲଘୁଚାପ କ୍ଷେତ୍ରଟି ଆସନ୍ତାକାଲି ଅର୍ଥାତ 7 ତାରିଖରେ ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । 8 ତାରିଖ ସଂଧ୍ୟା ସୁଦ୍ଧା ଏହି ଅବପାତ ବାତ୍ୟାରେ ପରିଣତ ହେବା ସମ୍ଭାବନା ସୃଷ୍ଟି ହୋଇଛି ।

ତେବେ ସୃଷ୍ଟ ଲଘୁଚାପ କ୍ଷେତ୍ରଟି କ୍ରମଶଃ ଉତ୍ତରପଶ୍ଚିମ ଆଡ଼କୁ ଗତି କରି 7 ତାରିଖ ସନ୍ଧ୍ୟାସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଅବପାତରେ ପରିଣତ ହେବା ପରେ 8 ତାରିଖ ସନ୍ଧ୍ୟା ଆଡ଼କୁ ପୂର୍ବକ୍ରେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସାମୁଦ୍ରିକ ଝଡ଼ ପାଲଟିବାର ସମ୍ଭାବନା ଅଛି । ଏହାପରେ ଉକ୍ତ ବାତ୍ୟା ବଙ୍ଗୋପସାଗରର ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ପ୍ରାନ୍ତ ଦେଇ ମେ 10 ତାରିଖରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ପହଞ୍ଚିବାର ବିଶେଷ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।


ସେୟାର କରନ୍ତୁ