13 ସହର ରେ ଦିନ ତାପମାତ୍ରା 40 ଡ଼ିଗ୍ରୀ ଉପରେ, 43 ଡିଗ୍ରୀ ସହ ବୌଦ୍ଧ ଓ ସୋନପୁର ରାଜ୍ୟର ଯୁଗ୍ମ ଉତ୍ତପ୍ତ ସହର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ରାଜ୍ୟର ଉପକୂଳ ଅଞ୍ଚଳରେ ଖରାର ପ୍ରଭାବ ସେତେଟା ଅନୁଭୂତ ହୋଇନଥିବା ବେଳେ ପଶ୍ଚିମ ଓଡ଼ିଶାରେ ଏହାର ପ୍ରକୋପ ଦେଖିବାକୁ ମିଳିଛି । ଆଜି ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସୋନପୁର ଓ ବୌଦ୍ଧ ଯୁଗ୍ମ ଉତ୍ତପ୍ତ ସହର ଭାବରେ ସର୍ବାଧିକ 43 ଡିଗ୍ରି ରେକର୍ଡ ହୋଇଛି ।

ସେହିପରି ରାଜ୍ୟର 13ଟି ସହରର ତାପାମାତ୍ରା 40 ଡିଗ୍ରି ଉପରେ ରହିଛି । 42 ଡିଗ୍ରି ଉପରେ 5 ସହର ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।


ସେୟାର କରନ୍ତୁ