ଜାଣିଛନ୍ତି କି ସଲମାନ ଖାନଙ୍କ ଇଦ ପାର୍ଟିରେ ନୀଳ ଶାଢୀରେ ନଜର ଆସିଥିବା ସେହି ଝିଅ କିଏ? ପଢନ୍ତୁ ମିଳିବ ଜବାବ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ସଲମାନ ଖାନ ଇଦରେ ଭଉଣୀ ଅର୍ପିତା ଖାନଙ୍କ ଘରେ ରଖାଯାଇଥିବା ଇଦ ପାର୍ଟିକୁ ହୋଷ୍ଟ କରିଥିଲେ । ଏହି ପାର୍ଟିରେ ବଲିଓଡ଼ର ବଡ ବଡ ସିତାରେ ଭାଗ ନେଇଥିଲେ । ବି ଟାଉନର ଏହି ଉତ୍ସବରେ ଯେଉଁଠାରେ ଅନେକ ବଡ ସିତାରେ ପହଂଚିଥିଲେ ସେଠାରେ ସଲମାନ ଖାନଙ୍କ ପରିବାରର ଜଣେ ଯୁବା ସଦସ୍ୟ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଟାଣିଥିଲେ । ସଲମାନ ଖାନଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ ଇଦ ପାର୍ଟିରେ ସଜେଇ ହୋଇ ପହଂଚିଥିଲେ । ଯିଏ ନିଜର ଷ୍ଟାଇଲରେ ସମସ୍ତଙ୍କୁ ଇମ୍ପ୍ରେସ କରି ଦେଇଛନ୍ତି । ନୀଳ ଶାଢ଼ୀ ପିନ୍ଧି ଅଲିଜେହ ବହୁତ ଷ୍ଟନିଙ୍ଗ ନଜର ଆସୁଛନ୍ତି, ସୋସିଆଲ ମିଡିଆରେ ବି ଏହି ସମୟର ଫୋଟୋ ବହୁତ ଭାଇରାଲ ହେଉଛି ।

ଇନ୍ସଟାଗ୍ରାମରେ ସେୟାର ହୋଇଥିବା ଇଦ ପାର୍ଟିର ଫୋଟୋରେ ସଲମାନ ଖାନଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ ନୀଳ ରଙ୍ଗର ଶାଢୀରେ ବହୁତ ସୁନ୍ଦର ଓ ଗ୍ଲାମର୍ସ ନଜର ଆସୁଛନ୍ତି । ଖୋଲା ଚୁଟି ଓ ମିନିମଲ ମେକଅପରେ ଅଲିଜେହଙ୍କ ଅନ୍ଦାଜ ସମସ୍ତଙ୍କୁ ଆକର୍ଷଣ କରୁଥିଲା । ଇଦ ପାର୍ଟିରେ ଛାଇଯାଇଥିବା ଅଲିଜେହ ଏବେ ଏକ ଅଳଙ୍କାର ବ୍ରାଣ୍ଡ ପାଇଁ ଆଡ଼ କରୁଥିବା ନଜର ଆସିଥିଲେ । ବ୍ରେସଲେଟ, ନେକଲେସ, ରିଙ୍ଗସ ପିନ୍ଧି ସେ ଏହି ବ୍ରାଣ୍ଡ ପାଇଁ ମଡେଲିଙ୍ଗ କରିଥିଲେ ।

ବତାଇ ଦେଉଛୁ କି, ସଲମାନଙ୍କ ଭଉଣୀ ଅଲବୀରା ଅଗ୍ନିହୋତ୍ରୀ ଓ ଅତୁଳ ଅଗ୍ନିହୋତ୍ରୀ, ଅଲିଜେହ ଅଗ୍ନିହୋତ୍ରୀଙ୍କ ମାତା ପିତା ଅଟନ୍ତି । ଖବର ଅନୁସାରେ ଅଲିଜେହ ବହୁତ ଶୀଘ୍ର ବଲିଓଡ଼ରେ ପାଦ ରଖିବାକୁ ପ୍ରସ୍ତୁତ ଅଛନ୍ତି । କିଛିଦିନ ପୂର୍ବେ ଅଲିଜେହ ଅଗ୍ନିହୋତ୍ରୀ ଓ ସନି ଦେଓଲଙ୍କ ପୁଅ ରାଜବିର ଦେଓଲଙ୍କ ସହ ଫିଲ୍ମ ଡେବିଉ କରିବାର ଖବର ଆସିଥିଲା, ହେଲେ ଅଧିକାରିକ ଉପରେ ଏବେ କିଛି ଘୋଷଣା ହୋଇନାହିଁ । ସଲମାନ ଖାନଙ୍କ ପ୍ରଶଂସକ ତାଙ୍କ ପରିବାରର ଏହି ସଦସ୍ୟକୁ ବିଲିଓଡ଼ରେ ଆସିବାକୁ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।


ସେୟାର କରନ୍ତୁ