ସ୍କୁଲ ଆସିଲେ ପିଲା, ସକାଳ 6ରୁ 9 ଯାଏ ପାଠପଢା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ ଖରାର ପ୍ରକୋପ ଖୁବ ଜୋରରେ ହେଉଥିବା ଦେଖାଯାଉଛି । ଯେପରି କି ସୂର୍ଯ୍ୟଙ୍କ ଉତ୍ତାପ ନିଆଁ ଭଳି ଲାଗୁଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ 40ରୁ 45 ଡିଗ୍ରୀ ତାପମାତ୍ରା ରହୁଛି । ଦିନ ବଢିବା ସହ ଖରା ବଢୁଛି । ଏହାକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜିଠୁ ପିଲାଙ୍କ ସକାଳୁଆ ସ୍କୁଲ ଆରମ୍ଭ କରିଛି । ସକାଳ 6ଟାରୁ ସକାଳ 9ଟା ଯାଏ ପିଲାଙ୍କ ପାଠ ପଢା ହେବ । କୁନି କୁନି ପିଲାମାନେ ମଧ୍ୟ ଉତ୍ସାହର ସହ ସକାଳୁ ସ୍କୁଲ ଆସିଛନ୍ତି । ତେବେ ଖରା ବଢିବା ପୂର୍ବରୁ ସ୍କୁଲ ଛୁଟି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

ସୂଚନା ଥାଉ କି, ରାଜ୍ୟରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ 25 ତାରିଖରୁ 30 ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା ହୋଇଥିଲା । ରାଜ୍ୟ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ନେଇ ଘୋଷଣା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସ୍କୁଲ ଛୁଟି ହେଲେ ମଧ୍ୟ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲୁ ରହିବ ବୋଲି ବିଭାଗ କହିଥିଲା । ଆଉ ଏବେ 5 ଦିନର ଛୁଟି ପରେ ସକାଳ 6ଟାରୁ ସକାଳ 9ଟା ଯାଏ ପିଲାଙ୍କ ପାଠ ପଢା ହେବ ।


ସେୟାର କରନ୍ତୁ