ତିନି ମାସରେ ତିନୋଟି ଫ୍ଲପ ଫିଲ୍ମ, ନିଜ କ୍ୟାରିୟରକୁ କିପରି ଟ୍ରାକ୍କୁ ଆଣିବେ ପୂଜା ହେଗଡେ?

ସିନେମା
ସେୟାର କରନ୍ତୁ

ପୂଜା ହେଗଡେ ଫ୍ଲପ ମୁଭିଜ: ଦକ୍ଷିଣର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ପୂଜା ହେଗଡେଙ୍କ ସିତାରେ ଏବେ ଖରାପ ରେ ଚାଲୁଅଛି । ପୂଜାଙ୍କୁ ଏକ ବର୍ଷ ପୂର୍ବରୁ ବହୁତ ହିଟ ଫିଲ୍ମ ମିଳିଥିଲା, କିନ୍ତୁ ଏବେ ଲାଗୁଛି ତାଙ୍କ ଝୋଲିରେ ଦମଦାର ଫିଲ୍ମର କମି ଅଛି । ‘ଅରବିନ୍ଦା ସମିଥା ବୀରା ରାଘବ’, ‘ମହର୍ଷି’, ଆଲା ବୈକୁଣ୍ଠପୁରମୁଲୁ’ ଓ ‘ମୋଷ୍ଟ ଏଲିଯିବିଲ ବ୍ୟାଚଲର’ ପରି ସୁପରହିଟ ଫିଲ୍ମ ପୂଜା ହେଗଡେଙ୍କ କ୍ୟାରିୟାରକୁ ଭଲ ମୋଡ ଦେଇଥିଲା । କିନ୍ତୁ କିଛି ମାସ ପୂର୍ବରୁ ରିଲିଜ ହୋଇଥିବା ପୂଜାଙ୍କ ତିନୋଟି ଫିଲ୍ମ ପୁରା ପୁରୀ ଫ୍ଲପ ହୋଇଛି ଯାହାପରେ ପ୍ରଶଂସକ ତାଙ୍କର ଆସୁଥିବା ଫିଲ୍ମ ଉପରେ ନଜର ରଖିଛନ୍ତି ।

ମାର୍ଚ୍ଚରେ ରାଧେ ଶ୍ୟାମ, ଏପ୍ରିଲ ରେ ‘ବିଷ୍ଟ’ ଓ ଏବେ ଆଚାର୍ଯ୍ୟ’ ଫ୍ଲପ ହେବା ସହିତ ପୂଜାଙ୍କୁ ନିଜର କ୍ୟାରିଅର ଉପରେ ଚିନ୍ତା ଲାଗୁଛି । ପୂଜା ହେଗଡେଙ୍କୁ ଏବେ ଆଗାମୀ ଫିଲ୍ମ ଏଫ 3 ଉପରେ ବହୁତ ଆସା ଅଛି । ଏହି ଫିଲ୍ମରେ ଭେଙ୍କଟେଶ,ବରୁଣ ତେଜ, ତମନ୍ନା, ମେହରିନ ଓ ଅନ୍ୟ କେତେକ ଅଭିନେତା ମୁଖ୍ୟ ଭୂମିକାରେ ଅଛନ୍ତି । ଫ୍ଲପ ଫିଲ୍ମର ହ୍ୟାଟ୍ରିକ ଦେଲା ପରେ ପୂଜା ହେଗଡେ ଏବେ ମହେଶ ବାବୁ ଅଭିନୀତ ତ୍ରିବିକ୍ରମ ଶ୍ରୀନିବାସ ଦ୍ୱାରା ନିର୍ଦେଶିତ ଏସଏସଏମବି 28 ରେ କାମ କରିବେ । ତେଣେ ଏହା ଛଡା ଅଭିନେତ୍ରୀ ପବନ କଲ୍ୟାଣଙ୍କ ସହିତ ହରିଶ ଶଙ୍କର ନିର୍ଦେଶନାରେ ତିଆରି ହେଉଥିବା ଫିଲ୍ମ ‘ଭବଦେୟୁଡୁ ଭଗତ ସିଂହ’ ରେ ଦେଖାଦେବେ ।

କହିବା କି ଆଚାର୍ଯ୍ୟରେ ପୂଜା ସାଉଥର ଦୁଇ ସୁପରଷ୍ଟାର ଚିରଞ୍ଜୀବ ଓ ରାମଚରଣଙ୍କ ସହ ନଜର ଆସୁଛନ୍ତି । ଆରଆରଆର ପରି ବ୍ଲକବଷ୍ଟର ହିଟ ଫିଲ୍ମ ଦେବାପରେ ଲୋକଙ୍କୁ ରାମ ଚରଣଙ୍କ ଆଚାର୍ଯ୍ୟ ଠାରୁ ବହୁତ ଆଶା ଥିଲା, କିନ୍ତୁ ଫିଲ୍ମ ପ୍ରଶଂସକଙ୍କ ଆଶା ପୁରାଣ କରିବାରେ ଅସଫଳ ହେଲା । ଫିଲ୍ମର ନିର୍ଦେଶନା କୋରାଟାଲା ଶିବା କରିଛନ୍ତି ।

ପୂଜାଙ୍କ ବ୍ୟତୀତ ଚିରଞ୍ଜୀବଙ୍କ ପାଇଁ ଏହି ଫିଲ୍ମ ତାଙ୍କର ସବୁଠୁ ଅସଫଳ ଫିଲ୍ମ ମଧ୍ୟରେ ଗୋଟିଏ ପ୍ରମାଣିତ ହୋଇଛି । ଏବେ ଦେଖିବାକୁ ପଡିବ ଦର୍ଶକ ତାଙ୍କର ଆସୁଥିବା ଫିଲ୍ମ ଭୋଳା ଶଙ୍କର ଓ ଗଡ଼ଫାଦର ପାଇଁ କିପରି ପ୍ରତିକ୍ରିୟା ଦେଉଛନ୍ତି । ଦୁଇଟି ଫିଲ୍ମ ଅନ୍ୟ ଭାଷାର ରିମେକ ଅଟେ, ‘ଭୋଳା ଶଙ୍କର’ ବେଦଲମର ରିମେକ ଅଟେ ଓ ‘ଗଡ଼ଫାଦର’ ଏକ ମାଲାୟାଲାମ ହିଟ ଫିଲ୍ମ ‘ଲୁସିଫର’ର ରିମେକ ଅଟେ ।


ସେୟାର କରନ୍ତୁ