କେଉଁ OTTରେ ରିଲିଜ ହେବ ‘ଦି କାଶ୍ମୀର ଫାଇଲସ’ ? ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ କଲେ ପ୍ରକାଶ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ନିର୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଏହି ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଦି କାଶ୍ମୀର ଫାଇଲସ’ ଖୁବ ଶୀଘ୍ର OTTରେ ରିଲିଜ ହେବାକୁ ଯାଉଛି । ଏହି କଥାର ଘୋଷଣା ନିଜେ ବିବେକ ଅଗ୍ନିହୋତ୍ରୀ ଇନ୍ସଟାଗ୍ରାମ ଜରିଆରେ କରିଛନ୍ତି । ସେ ଏକ ଇନ୍ସଟାଗ୍ରାମ ପୋଷ୍ଟ ଜରିଆରେ କହିଛନ୍ତି OTT ପ୍ଲାଟଫର୍ମ ଜି 5ରେ ‘ଦି କାଶ୍ମୀର ଫାଇଲସ’ ଶୀଘ୍ର ରିଲିଜ ହେବାକୁ ଯାଉଛି ।

ପୋଷ୍ଟ ସେୟାର କରି ବିବେକ ଅଗ୍ନିହୋତ୍ରୀ ଲେଖିଛନ୍ତି, କାଶ୍ମୀର ପଣ୍ଡିତଙ୍କ ସତକୁ ସାମ୍ନାକୁ ଆଣିବାର ଆମର ପ୍ରୟାସର ସୁନ୍ଦର ପ୍ରତିକ୍ରିୟା ମିଳିଛି । ଆମେ ସମର୍ଥନ ପାଇଁ ଦର୍ଶକଙ୍କୁ ଧନ୍ୟବାଦ ଜଣାଉଛୁ ଓ ଆଶା କରୁଛୁ ଆହୁରି ଲୋକ କାଶ୍ମୀରର ସତ ଜାଣିବେ ।

‘ଦି କାଶ୍ମୀର ଫାଇଲସ’ ବକ୍ସ ଅଫିସରେ ବହୁତ ଭଲ ଆୟ କରିଛି । ଫିଲ୍ମ 15 ଏପ୍ରିଲ ପର୍ଯ୍ୟନ୍ତ 250 କୋଟିର ଯାଦୁଇ ଅଙ୍କ ପାର କରିଥିଲା । ଖାସ କଥା ଏହିକି ଯେ ଫିଲ୍ମ ପ୍ରଥମ ସପ୍ତାହରେ 97.30 କୋଟି ଟଙ୍କାର କାରୋବାର କରିଥିଲା ,କିନ୍ତୁ ଦ୍ୱିତୀୟ ସପ୍ତାହରେ ଏହାର ଆୟ ଆହୁରି ବଢିଥିଲା ଓ ଫିଲ୍ମ 110.03 କୋଟିର କାରୋବାର କରିଥିଲା ।

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦେଶନାରେ ତିଆରି ଫିଲ୍ମ ଦି କାଶ୍ମୀର ଫାଇଲସକୁ ଲୋକଙ୍କ ସୁନ୍ଦର ରେସ୍ପଅନ୍ସ ମିଳିଛି । ଏହି ଫିଲ୍ମକୁ ନେଇ ବହୁତ ବିବାଦ ହୋଇଛି । କିଛିଲୋକ ଏହାକୁ ସମର୍ଥନ କରୁଥିବା ନଜର ଆସିଥିଲେ ,ଯେବେ କିଛିଲୋକ ଫିଲ୍ମର ବିରୋଧରେ ଠିଆ ହେବା ଦେଖାଯାଇଥିଲା । ଫିଲ୍ମରେ ପଲବୀ ଯୋଶୀ ,ଅନୁପମ ଖେର ,ଦର୍ଶନ କୁମାର ,ମିଥୁନ ଚକ୍ରବର୍ତୀ ପରି ଷ୍ଟାର୍ସ ନଜର ଆସିଥିଲେ ।


ସେୟାର କରନ୍ତୁ