ବ୍ରାଜିଲ୍ ଯିବାକୁ ଏବେ ଭିସାର ଆବଶ୍ୟକତା ପଡିବ ନାହିଁ

ଦେଶବିଦେଶ
ସେୟାର କରନ୍ତୁ

ସାଉଁ ପାଉଲୁ: ଭାରତୀୟ ନାଗିରିକ ଏବେ ବିନା ଭିସାରେ ବ୍ରାଜିଲ୍ ଯାଇପାରିବେ । ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋ ଏହି ଘୋଷଣା କରିଛନ୍ତି । ଏଣିକି ଭାରତ ବ୍ରାଜିଲ୍ ଭ୍ରମଣରେ ଆସୁଥିବା ଚୀନ୍ ଏବଂ ଭାରତୀୟ ପର୍ଯ୍ୟକଟ କିମ୍ବା ବ୍ୟବସାୟୀମାନଙ୍କ ଲାଗି ଭିସା ଦରକାର ହେବନାହିଁ ।

ଚଳିତ ବର୍ଷ ଶାସନରେ ଆସିଥିବା କ୍ଷମତାସୀନ ହୋଇଥିବା ଦକ୍ଷିଣ ପନ୍ଥୀ ରାଜନେତା ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋ ବିକଶିତ ଦେଶଗୁଡିକ ପାଇଁ ଭିଜାର ଆବଶ୍ୟକତା ବ୍ୟବସ୍ଥା ସମାପ୍ତ କରିଛନ୍ତି । ସରକାରୀ ଗସ୍ତରେ ଚୀନ୍ରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଗତକାଲି ସେ ଏହି ଘୋଷଣା କରିଛନ୍ତି । ପ୍ରଥମ ଥର ପାଇଁ କୌଣସି ବିକାଶଶୀଳ ରାଷ୍ଟ୍ର ପାଇଁ ବ୍ରାଜିଲ ଭିସା ନିୟମରେ ପରିବର୍ତ୍ତନ ଆଣିଛି ।

ଏ ବର୍ଷ ପ୍ରାରମ୍ଭରେ ବ୍ରାଜିଲ୍ ସରକାର ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଜାପାନ ଏବଂ ଅଷ୍ଟ୍ରେଲିଆ ଆଦି ଦେଶର ପର୍ଯ୍ୟଟକ ଏବଂ ବ୍ୟବସାୟୀଙ୍କ ଭିସା ଆବଶ୍ୟକତା ଉଠାଇ ଦେଇଥିଲେ । କିନ୍ତୁ ଏହି ସବୁ ଦେଶମାନେ ବ୍ରାଜିଲ ନାଗରିକଙ୍କ ପାଇଁ ଭିସା ବ୍ୟବସ୍ଥାରେ କୌଣସି କୋହଳ କରି ନାହାଁନ୍ତି ।


ସେୟାର କରନ୍ତୁ