ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠରେ 5-ଟି ସଚିବ: ଉନ୍ନତ୍ତିକରଣ କାର୍ଯ୍ୟର କଲେ ସମୀକ୍ଷା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : 5-ଟି ସଚିବ ଭି.କେ ପାଣ୍ଡିଆନ ଆଜି ସକାଳେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମ ବୁଲିଛନ୍ତି । ସେ ଏହି ଗସ୍ତରେ ପବିତ୍ର ମାଟି ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି । 5-ଟି ସଚିବ ଭିକେ ପାଣ୍ଡିଆନ ସୁଆଣ୍ଡୋରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ସେଠାରେ ଥିବା ଷଠୀ ଘରର ସୁରକ୍ଷା, ସଂଗ୍ରହାଳୟର ନିର୍ମାଣ ଓ ବ୍ରିଜ଼ଠାରୁ ସୁଆଣ୍ଡୋ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତାର ଆଧୁନିକୀକରଣ ଆଦି ସେ ଦେଖିଛନ୍ତି ।

ସେଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 15 ଫୁଟ୍ ଉଚ୍ଚର ଏକ ବ୍ରୋଞ୍ଜ ମୂର୍ତ୍ତି ନିର୍ମାଣ କରାଯିବ ବୋଲି 5-ଟି ସଚିବ ସୂଚନା ଦେଇଛନ୍ତି । ଏହାଛଡ଼ା ସେଠାରେ ଏକ ପ୍ରମୋଦ ଉଦ୍ୟାନ, ଶିଶୁ ଉଦ୍ୟାନ, ନଈରେ ବୋଟିଂ ବ୍ୟବସ୍ଥାରେ ଆଲୋକୀକରଣ ମଧ୍ୟ କରାଯିବ ବୋଲି ସେ କହିଛନ୍ତି । ଉପରୋକ୍ତ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ଓ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ଏକ ମାସ ମଧ୍ୟରେ ଏଠାରେ ଅନେକଗୁଡ଼ିଏ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରେ।

ସେହିପରି ଗସ୍ତ ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ, 25 କୋଟିରୁ ଉର୍ଦ୍ଧ ଟଙ୍କାର କାମ ଚାଲିଛି ଏବଂ ସ୍ଥିତି ସମୀକ୍ଷା କରାଯାଇଛି । ଆଗାମୀ 2 କିମ୍ବା 3 ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ ରଖାଯାଇଛି । ସୁଆଣ୍ଡୋ ଗ୍ରାମ ବାସିଙ୍କର ଅନ୍ୟ କିଛି ଦାବି ଥିଲେ, ସେ ଉପରେ ଧ୍ୟାନ ଦିଆଯିବ । ଶିବ ମନ୍ଦିର, ଉତ୍କଳମଣି ମ୍ୟୁଜିୟମ, ଶଠିଘର ପୁନଃରୁଦ୍ଧାର ଭଳି କାମ ଚାଲିଛି । ଖୁବଶୀଘ୍ର ଏହି ସବୁ କାମ ସରିବ ।


ସେୟାର କରନ୍ତୁ