Coronavirus: ଦେଶରେ 24 ଘଣ୍ଟାରେ ଆସିଲା 1054 କରୋନା କେସ, 29 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୂର୍ବ 24 ଘଣ୍ଟାରେ 1054 ନୂଆ କରୋନା କେସ ସାମ୍ନାକୁ ଆସିଅଛି ଏବଂ 29 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 12ଶହ 58 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 4 କୋଟି 30 ଲକ୍ଷ 35 ହଜାର 271କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 5 ଲକ୍ଷ 21 ହଜାର 685 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 4 କୋଟି 25 ଲକ୍ଷ 02 ହଜାର 454 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା 11 ହଜାର 132 ହୋଇଯାଇଛି, ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ 185 କୋଟି 70 ଲକ୍ଷ 71 ହଜାର 655 ଡୋଜ ଟିକା ଦିଆଯାଇଛି । ଗତକାଲି 14 ଲକ୍ଷ 38 ହଜାର 792 ଡୋଜ ଟୀକା ଦିଆଯାଇଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 9 ଏପ୍ରିଲ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 79 କୋଟି 38 ଲକ୍ଷ 47 ହଜାର 740 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 4 ଲକ୍ଷ 18 ହଜାର 345 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ