ଆଲିୟା ଭଟ୍ଟ ହାସଲ କଲେ ସଫଳତାର ନୂଆ ଉଚାଇ, ବଲିଉଡର ହେଲେ ସବୁଠାରୁ ଦାମୀ ଅଭିନେତ୍ରୀ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆଓ୍ଵାଡ଼ି ଓ ଆର.ଆର.ଆର ସହିତ ବହୁ ଲୋକପ୍ରିୟତା ହାସଲ କରୁଛନ୍ତି । ଚଳଚ୍ଚିତ୍ରର ସଫଳତା ପରେ ଅଭିନେତ୍ରୀଙ୍କ ପ୍ରଶଂସକଙ୍କ ପାଇଁ ନୂଆ ଖୁସି ଖବର ଆସିଛି । ଆଲିୟା ବର୍ତ୍ତମାନ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଭାରତୀୟ ସେଲିବ୍ରେଟ୍ ହୋଇପାରିଛନ୍ତି । ନିକଟରେ ପ୍ରକାଶିତ ସେଲିବ୍ରିଟି ବ୍ରାଣ୍ଡ ଭାଲ୍ୟୁସନ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀଙ୍କ ନାମ ଟପ୍‌ ପେଡ୍‌ ଆକ୍ଟର୍ସମାନଙ୍କ ମଧ୍ୟରେ ସାମିଲି ହୋଇଛି । ଏହି ରିପୋର୍ଟରେ ଆଲିୟା ଭଟ୍ଟଙ୍କ ସହ ଅନ୍ୟାନ୍ୟ ସେଲିବ୍ରେଟଙ୍କ ନାମ ମଧ୍ୟ ସାମିଲ ହୋଇଛି ।

ସେଲିବ୍ରିଟି ବ୍ରାଣ୍ଡ୍‌ ଭ୍ୟାଲ୍ୟୁଏସନ୍‌ ରିପୋର୍ଟରେ ଆଲିୟା ଭଟ୍ଟଙ୍କୁ 2021 ମସିହାର ସବୁଠୁ ଦାମୀ ହିରୋଇନ୍‌ ବୋଲି କୁହାଯାଇଛି। ଆଲିୟା ଭଟ୍ଟଙ୍କ ବଢ଼ୁଥିବା ଲୋକପ୍ରିୟତା, ଅଭିନୟ ଓ ବ୍ରାଣ୍ଡ୍‌ ଏଣ୍ଡୋର୍ସମେଣ୍ଟ ତାଙ୍କୁ ଏହି ତାଲିକାର ଟପ୍‌ରେ ପହଞ୍ଚାଇଛି। କାମ କଥା କହିବା ତ ଆଲିୟା ଭଟ୍ଟଙ୍କୁ ନିକଟରେ ସଞ୍ଜୟଲୀଲା ଭଂସାଲୀଙ୍କ ଫିଲ୍ମ ଗଙ୍ଗୁବାଇ କାଠିଆୱାଡ଼ିରେ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିଥିଲା।

ହେଲେ ତାଙ୍କର ଅଭିନୟ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା। ସେହିପରି ଏସ୍‌ଏସ୍‌ ରାଜାମୌଲୀଙ୍କ ଫିଲ୍ମ ଆର୍‌ଆର୍‌ଆର୍‌ରେ ଆଲିୟା ଭଟ୍ଟଙ୍କ ଛୋଟ ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିଛି । ଆଗକୁ ଆଲିୟାଙ୍କୁ ବ୍ରହ୍ମାସ୍ତ୍ର, ରକି ଔର ରାନୀ କି ପ୍ରେମ କାହାଣୀ ଭଳି ବିଗ୍‌ ବଜେଟ୍‌ ଫିଲ୍ମରେ ଦେଖିବାକୁ ମିଳିବ। ଏହି କାରଣରୁ ଏବେ ଆଲିୟା ନିଜ ପାରିଶ୍ରମିକ ବଢ଼ାଇ ଦେଇଛନ୍ତି ।


ସେୟାର କରନ୍ତୁ