ମୁକ୍ତାପସି ପଞ୍ଚାୟତରେ ନୂତନ ସରପଞ୍ଚ ଭାବରେ କାର୍ଯ୍ୟଭାର ଗ୍ରହଣ କଲେ ସସ୍ମିତା ସାହୁ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ରବିବାର ଦିନ ମୁକ୍ତାପସି ପଞ୍ଚାୟତରେ ନୂତନ ସରପଞ୍ଚ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସସ୍ମିତା ସାହୁ । ସେ ଏକ ପଟୁଆର ମାଧ୍ୟମରେ ନିଜ ସମର୍ଥକମାନଙ୍କ ସହ ପଞ୍ଚାୟତକୁ ପରିକ୍ରମା କରି ପଞ୍ଚାୟତ ଅଫିସକୁ ଆସିଥିଲେ । ଏହାପରେ ତାଙ୍କୁ ପୁଷ୍ପ ଗୋଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଏହି ପଞ୍ଚାୟତର ନିବାସୀ କୃପାସିନ୍ଧୁ ସାହୁ । ସେହିପରି ସରପଞ୍ଚଙ୍କ ସହ ଏହି ପଞ୍ଚାୟତର ନୂତନ ସମିତିସଭ୍ୟ ଭାବରେ ନିର୍ବାଚିତ ହୋଇଥିବା ବାବୁଲା ବିଶ୍ୱାଳଙ୍କୁ ମଧ୍ୟ ପୁଷ୍ପ ଗୋଛ ଦେଇ ସରୋଜ କୁମାର ବେହେରା ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ତେବେ ସେଠାରେ ଖୁବ ଜନ ସମାଗମର ଭିଡ଼ ଉସ୍ଚୁକତାର ସହ ଦେଖିବାକୁ ମିଳିଥିଲା । ଏହି ସମାରୋହରେ ପରଜଙ୍ଗର ଯୁବ ବିଜେଡ଼ି ନେତା ଅସିତ କୁମାର ରାୟ ଚୌଧୁରୀଙ୍କ ଯୋଗଦାନ ମଧ୍ୟ ଦେଖିବାକୁ ମିଳିଥିଲା ।

ସୂଚନା ଥାଉ କି, ପୂର୍ବରୁ ଚଳି ଆସୁଥିବା ପରଂମ୍ପରା ମୁତାବକ ପୂର୍ବତନ ସରପଞ୍ଚ ରଞ୍ଜନ କୁମାର ସେଠୀ ବର୍ତ୍ତମାନର ସରପଞ୍ଚ ସସ୍ମିତା ସାହୁଙ୍କୁ ପୁଷ୍ପ ଗୋଛ ଦେଇ ସରପଞ୍ଚ ପଦ ହସ୍ତାନ୍ତର କରିଥିଲେ ।

ତେବେ ନବ ନିର୍ବାଚିତ ସରପଞ୍ଚ ସସ୍ମିତା ସାହୁଙ୍କ କହିବା ଅନୁଯାୟୀ, ସେ ସମସ୍ତ ପଞ୍ଚାୟତ ବାସୀଙ୍କୁ ନେଇ ଆଗକୁ ବଢିବେ ବୋଲି ଦୃଢ଼କ୍ତି ପ୍ରକାଶ କରିବା ସହ ସମସ୍ତ ପଞ୍ଚାୟତ ବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ଏହି ପଞ୍ଚାୟତର ଜନସାଧାରଣ ଦେଇଥିବା କାର୍ଯ୍ୟକୁ ଠିକ ଭାବରେ ତୁଲାଇବେ ବୋଲି କହିଥିଲେ ।

ସେହିପରି ନବ ନିର୍ବାଚିତ ସମିତିସଭ୍ୟ ବାବୁଲା ବିଶ୍ୱାଳଙ୍କ କହିବା ଅନୁଯାୟୀ, ସେ ପ୍ରଥମେ ଗ୍ରାମ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ଯାହା କିଛି ତାଙ୍କ ଦ୍ୱାରା ସମ୍ଭବ ତାହା ସେ ସମସ୍ତ କାର୍ଯ୍ୟ ସୁଚାର ରୂପେ ତୁଲାଇବେ ବୋଲି କହିଥିଲେ ।


ସେୟାର କରନ୍ତୁ