Coronavirus: ଦେଶରେ ଲଗାତାର କମୁଅଛି କରୋନା କେସ, ଆଜି ଆସିଲା 13 ହଜାର 405 ନୂଆ କରୋନା କେସ, 235 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ମହାମାରୀର ମାମଲା କମି କମି ଆସୁଅଛି । ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସର 13 ହଜାର 405 ନୂଆ କେସ ସାମ୍ନାକୁ ଆସିଅଛି । ଏହି ସମୟରେ 235 ଜଣଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 34 ହଜାର 226 ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 13 ହଜାର 405
ଏପର୍ଯ୍ୟନ୍ତ ମୋଟ ମାମଲା – 4 କୋଟି 28 ଲକ୍ଷ 51 ହଜାର 929

ପୂର୍ବ 24 ଘଣ୍ଟାରେ ସୁସ୍ଥ ହୋଇଥିବା ରୋଗୀ – 34 ହଜାର 226
ଏପର୍ଯ୍ୟନ୍ତ ମୋଟ ସୁସ୍ଥ ହୋଇଥିବା ରୋଗୀ -4 କୋଟି 21 ଲକ୍ଷ 58 ହଜାର 510

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 2 ଶହ 35
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 5 ଲକ୍ଷ 12 ହଜାର 344

ମୋଟ ଆକ୍ଟିଭ କେସ- 1 ଲକ୍ଷ 81 ହଜାର 075

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 21 ଫେବୃୟାରୀ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 76 କୋଟି 12 ଲକ୍ଷ 30 ହଜାର 580 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 10 ଲକ୍ଷ 84 ହଜାର 247 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ମୋଟ 175 କୋଟି 83 ଲକ୍ଷ 27 ହଜାର 441 ଡୋଜ ଟିକା ଦିଆଯାଇଛି । ଗତକାଲି 35 ଲକ୍ଷ 50 ହଜାର 868 ଡୋଜ ଦିଆଯାଇଛି ।


ସେୟାର କରନ୍ତୁ