Coronavirus: ଦେଶରେ ପୂର୍ବ 24 ଘଣ୍ଟାରେ ଆସିଲା 3 ଲକ୍ଷ 47 ହଜାର ନୂଆ କରୋନା କେସ, 703 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ଜୀବନ ନେଉଥିବା କରୋନା ଖୁବ ତେଜିରେ ବଢୁଥିବା ଦେଖିବାକୁ ମିଳୁଅଛି । ପୂର୍ବ 24 ଘଣ୍ଟାରେ 3 ଲକ୍ଷ 47 ହଜାର 254 ନୂଆ କେସ ସାମ୍ନାକୁ ଆସିଅଛି । ତେବେ 24 ଘଣ୍ଟାରେ 703 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 2 ଲକ୍ଷ 51 ହଜାର 777 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ଓମିକ୍ରନ ମାମଲା 9,692 ହୋଇଅଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 3 କୋଟି 85 ଲକ୍ଷ 66 ହଜାର 027କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 4 ଲକ୍ଷ 88 ହଜାର 396 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 3 କୋଟି 60 ଲକ୍ଷ 58 ହଜାର 806 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା 20 ଲକ୍ଷ 18 ହଜାର 825 ହୋଇଯାଇଛି, ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 20 ଜାନୁୟାରୀ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 71 କୋଟି 15 ଲକ୍ଷ 38 ହଜାର 938 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 19 ଲକ୍ଷ 35 ହଜାର 912 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 160 କୋଟିରୁ ଅଧିକ ଡୋଜ୍ ଆଣ୍ଟି-କରୋନାଭାଇରସ୍ ଟିକା ଦିଆଯାଇଛି । ଗତକାଲି 70 ଲକ୍ଷ 49 ହଜାର 779 ଡୋଜ ଦିଆଯାଇଥିଲା, ଯାହା ପରେ ଏପର୍ଯ୍ୟନ୍ତ 160 କୋଟି 43 ଲକ୍ଷ 70 ହଜାର 484 ଡୋଜ ଟିକା ଦିଆଯାଇଛି ।


ସେୟାର କରନ୍ତୁ