ଆଜି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ 152 ତମ ଜୟନ୍ତୀ, ଆସନ୍ତୁ ଜାଣିବା ତାଙ୍କର ଆଦର୍ଶ ବିଚାର ବିଷୟରେ

ଦେଶବିଦେଶ
ସେୟାର କରନ୍ତୁ

Gandhi Jayanti 2021: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 152 ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ସାରା ଦେଶ ବାପୁଙ୍କୁ ସ୍ମରଣ କରୁଛି । ପ୍ରତିବର୍ଷ 2 ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଭାବରେ ପାଳନ କରାଯାଏ । ତାଙ୍କର ଜନ୍ମ ଗୁଜୁରାଟର ପୋରବନ୍ଦରରେ ଶୁକ୍ରବାର 2 ଅକ୍ଟୋବର 1869ରେ ହୋଇଥିଲା । ଗାନ୍ଧୀ ଜଣେ ମହାନ ନେତା ତଥା ସାମାଜିକ ସଂସ୍କାରକ ମଧ୍ୟ ଥିଲେ । ସେ ଲୋକମାନଙ୍କର ଅଧିକାର ଏବଂ ସମ୍ମାନ ପାଇଁ ନିର୍ଭୟରେ ଜୀବନସାରା ଲଢ଼ିଥିଲେ । ଭାରତକୁ ବ୍ରିଟିଶମାନଙ୍କଠାରୁ ମୁକ୍ତ କରିଥିବା ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଆଜି ମଧ୍ୟ ଲୋକଙ୍କୁ ମାର୍ଗଦର୍ଶନ କରୁଛି ।

କହିବା ଯେ ମହାତ୍ମା ଗାନ୍ଧୀଙ୍କ ସମ୍ପୂର୍ଣ୍ଣ ନାମ ଥିଲା ମୋହନଦାସ କରମଚାନ୍ଦ ଗାନ୍ଧୀ। ପରେ ଲୋକମାନେ ତାଙ୍କୁ ବାପୁ ବୋଲି କହିବା ଆରମ୍ଭ କଲେ । ବାପୁ ବ୍ରିଟିଶ ଶାସନକୁ ସତ୍ୟ ଏବଂ ଅହିଂସା ନୀତି ଆଧାରରେ ଆଣ୍ଠେଇବାକୁ ବାଧ୍ୟ କରିଥିଲେ ।

ଆସନ୍ତୁ ଆଜି ତାଙ୍କର ମୂଲ୍ୟବାନ ଚିନ୍ତାଧାରାକୁ ଆମର ବନ୍ଧୁ ଏବଂ ଘନିଷ୍ଠମାନଙ୍କ ମଧ୍ୟରେ ସେୟାର କରିବା ଏବଂ ତାଙ୍କ ସ୍ୱପ୍ନର ଭାରତ ଗଠନ ପାଇଁ ଏକ ଦୃଢ଼ ସଂକଳ୍ପ ନେବା-

ପାପକୁ ଘୃଣା କର କିନ୍ତୁ ପାପୀକୁ ନୁହେଁ, କ୍ଷମା ଏକ ମୂଲ୍ୟବାନ ଜିନିଷ ।

ନିଜକୁ ଜାଣିବାର ସର୍ବୋତ୍ତମ ଉପାୟ ହେଉଛି ନିଜକୁ ଅନ୍ୟମାନଙ୍କ ସେବାରେ ନିୟୋଜିତ କରିବା ।

  • ତୁମେ ସେ ପର୍ଯ୍ୟନ୍ତ ବୁଝି ପାରିବ ନାହିଁ, ତୁମ ପାଇଁ କଣ ମହତ୍ବପୂର୍ଣ ଅଟେ, ଯେପର୍ଯ୍ୟନ୍ତ ତୁମେ ତାଙ୍କୁ ବାସ୍ତବରେ ହରାଇବ ନାହିଁ ।

ପ୍ରେମର ଶକ୍ତି ଦଣ୍ଡର ଶକ୍ତି ଅପେକ୍ଷା ହଜାର ଗୁଣ ଅଧିକ ପ୍ରଭାବଶାଳୀ ଏବଂ ସ୍ଥାୟୀ ଅଟେ ।

ଯେପର୍ଯ୍ୟନ୍ତ ଭୁଲ୍ କରିବାର ସ୍ଵତନ୍ତ୍ରତା ନାହିଁ, ସେ ପର୍ଯ୍ୟନ୍ତ ସ୍ଵତନ୍ତ୍ରତାର କୌଣସି ଅର୍ଥ ନାହିଁ ।

ଯିଏ ଚାହିଁବ ସେ ନିଜ ଅନ୍ତରାତ୍ମାର ସ୍ୱର ଶୁଣି ପାରିବ, ସେ ସମସ୍ତଙ୍କ ଭିତରେ ଅଛି ।

ବ୍ୟକ୍ତି ନିଜର ବିଚାରରେ ନିର୍ମିତ ଜୀବ ଅଟେ, ସେ ଯାହା ଭାବନ୍ତି ସେ ହୋଇଯାଏ ।

କାମର ଅଧିକତା ନୁହେଁ, ଅନିୟମିତତା ମଣିଷକୁ ହତ୍ୟା କରେ ।

ଆମ୍ଭେମାନେ ଯାହାର ପୂଜା କରୁ, ତାହାର ସମାନ ହୋଇଥାଉ ।

ଅହିଂସା ଭୟଭୀତତାର ଛଳନା ନୁହେଁ, ଅହିଂସା ହେଉଛି ଜଣେ ସାହସୀ ବ୍ୟକ୍ତିଙ୍କ ସର୍ବୋଚ୍ଚ ଗୁଣ, ଅହିଂସା ପଥ ହିଂସା ପଥ ଅପେକ୍ଷା ଅଧିକ ସାହସ ଅପେକ୍ଷା କରିଥାଏ ।

ଅହିଂସା ବିନା ସତ୍ୟକୁ ହୃଦୟଙ୍ଗମ କରାଯାଇପାରିବ ନାହିଁ, ଅହିଂସା ର ପ୍ରଥମ ନୀତି ହେଉଛି ଅମାନୁଷିକ ବିଷୟ ପ୍ରତି ସହଯୋଗ ନ କରିବା ।

ଧରିତ୍ରୀରେ ଉପଲବ୍ଧ ପ୍ରାକୃତିକ ସମ୍ପଦ ଆମର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଟେ, ଲୋଭର ପୂରଣ କରିବା ପାଇଁ ନୁହେଁ ।


ସେୟାର କରନ୍ତୁ