ନିଖୋଜ ଛାତ୍ରଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ଝିଲ୍ଲୀ-ପଥରଗଡ଼ ରାସ୍ତାର ଚାଉଳିଆଝରଣ ବ୍ରିଜ ତଳୁ ଜଣେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣଙ୍କ ପରଜଙ୍ଗ ଥାନା ମୁଣ୍ଡେଇଲୋ ଗାଁର ବିଶ୍ୱଭୂଷଣ ପଣ୍ଡା, ଯାହାଙ୍କର ବୟସ-16 ବର୍ଷ ଅଟେ ।

ଖବର ମୁତାବକ, ବିଶ୍ୱଭୂଷଣ ମହାବିରୋଡ଼ ଗାଁ ସ୍ଥିତ ନିଜ ପିଉସୀ (ଅପା) ରିତାରାଣୀ ପଣ୍ଡାଙ୍କ ଘରେ ରହି ପାଠ ପଢୁଥିଲେ । ସେ ଗତ 11 ତାରିଖ ଦିନ କ୍ଷୀର ଆଣିବାକୁ ଯାଇ ନିଖୋଜ ଥିଲେ । ତେବେ ଏହାକୁ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ସହ ଏଣେତେଣେ ଖୋଜା ଖୋଜି କରିଥିଲେ । ହେଲେ ଆଜି ତାଙ୍କର ମୃତ ଦେହ ସନ୍ଦେହ ଜନକ ଭାବେ ଚାଉଳିଆଝରଣ ବ୍ରିଜ ତଳୁ ଉଦ୍ଧାର କରାଯାଇଛି ।

ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ହତ୍ୟା ବୋଲି ଅନୁମାନ କରାଯାଉଛି । କେଉଁ କାରଣରୁ କିଏ ଓ କାହିଁକି ହତ୍ୟା କଲା, ତାହା ସ୍ପଟ ହୋଇନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ତଦନ୍ତ ପାଇଁ ମଧ୍ୟ ସାଣ୍ଟିଫିକ୍ ଟିମ୍ ଆସି ଏହାର ପୁଙ୍କାନୁ ପୁଙ୍କ ତଦନ୍ତ ଜାରିରଖିଛନ୍ତି ।


ସେୟାର କରନ୍ତୁ