ମାଲ୍‌ ମହୁ ଜୀବନ ମାଟି,ଭାଗ୍ୟର ନୋ ଗ୍ୟାରେଣ୍ଟି ନଭେମ୍ବର 8ରେ ରିଲିଜ୍‌

ସିନେମା
ସେୟାର କରନ୍ତୁ

ଭୁବନେଶ୍ବର: ଏକ ବିଗ୍‌ ବଜେଟ୍ ସିନେମା ମାଲ୍‌ ମହୁ ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି ନଭେମ୍ବର ମାସ 8 ତାରିଖରେ ରିଲିଜ୍‌ ହେବାକୁ ଯାଉଛି । ଆମର ମ୍ୟୁଜିକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ମାଲ୍‌ ମହୁ ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟି ହେଉଛି ପ୍ରଥମ ସିନେମା । ଏହି ସିନେମାରେ ଲୋକପ୍ରିୟ ଅଭିନେତା ଅଭିନେତ୍ରୀ ସବ୍ୟସାଚୀ ଓ ଏଲିନା ପୁଣି ଏକାଠି କାମ କରିବାର ସୁଯୋଗ ପାଇଛନ୍ତି ।

ଆଗରୁ ଏହି ଯୋଡିକୁ ଦର୍ଶକ ଗତ ବର୍ଷ ଦୁଇଟି ସିନେମାରେ ଦେଖିବାକୁ ପାଇଥିଲେ । ଏହି ସିନେମା ହେଲା ଟୋକାଟା ଫସିଗଲା ଏବଂ ଫୋର ଇଡିଅଟସ୍‌ । ମାଲ୍‌ ମହୁ ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି ସିନେମାରେ ତୃତୀୟ ଥରଲାଗି ଏକାଠି ଆସୁଛନ୍ତି ସବ୍ୟ ଓ ଏଲିନା । ଏହି ସିନେମାଟି ରିଲିଜ୍‌ ହେଲେ ହାଟ୍ରିକ୍‌ କରିବେ ଏହି ଯୋଡି ।

ରମେଶ ରାଉତ ଏହି ଫିଲ୍ମର ନିର୍ଦ୍ଦେଶନାର ଭାର ତୁଲାଇଛନ୍ତି । ଏହି ଓଡ଼ିଆ ସିନେମାରେ ଡ଼ ନିର୍ମଳ ନାୟକ ସଂଳାପ ଲେଖିଛନ୍ତି ଓ ଅଭିଜିତ ମଜୁମଦାର୍‌ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମଟିର ସୁଟିଂ ଶେଷ ହେବା ସହ ପୋଷ୍ଟ ପ୍ରଡକସନ କାମ ଶେଷ ହୋଇସାରିଛି ।


ସେୟାର କରନ୍ତୁ