Coronavirus: ଦେଶରେ ଲଗାତାର ବଢୁଅଛି କରୋନା କେସ, ଆଜି ଆସିଲା 2 ଲକ୍ଷ 47 ହଜାର 417 ନୂଆ କରୋନା କେସ, 380 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ମହାମାରୀର ମାମଲା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ଏହା ଏକ ବିସ୍ପୋରଣର ରୂପ ନେବାରେ ଲାଗିଛି । ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସର 2 ଲକ୍ଷ 47 ହଜାର 417 ନୂଆ କେସ ସାମ୍ନାକୁ ଆସିଅଛି । ଏହି ସମୟରେ 380 ଜଣଙ୍କର ମୃତ୍ୟୁ ହୋଇଅଛି । ବଡ଼ କଥା ଏହା କି ଦେଶରେ ଆଜି କାଲି ଠାରୁ 52,697ରୁ ଅଧିକ ମାମଲା ଆସିଅଛି । ଗତ କାଲି କରୋନାର 1 ଲକ୍ଷ 94 ହଜାର 720 ମାମଲା ସାମ୍ନାକୁ ଆସିଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 2 ଲକ୍ଷ 47 ହଜାର 417
ଏପର୍ଯ୍ୟନ୍ତ ମୋଟ ମାମଲା – 3 କୋଟି 63 ଲକ୍ଷ 17 ହଜାର 927

ପୂର୍ବ 24 ଘଣ୍ଟାରେ ସୁସ୍ଥ ହୋଇଥିବା ରୋଗୀ – 84 ହଜାର 825
ଏପର୍ଯ୍ୟନ୍ତ ମୋଟ ସୁସ୍ଥ ହୋଇଥିବା ରୋଗୀ -3 କୋଟି 47 ଲକ୍ଷ 15 ହଜାର 361

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 3 ଶହ 80
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 4 ଲକ୍ଷ 85 ହଜାର 035

ମୋଟ ଆକ୍ଟିଭ କେସ- 11 ଲକ୍ଷ 17 ହଜାର 531

ମୋଟ ଓମିକ୍ରନ ମାମଲା- 5 ହଜାର 4 ଶହ 88

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 12 ଜାନୁୟାରୀ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 69 କୋଟି 73 ଲକ୍ଷ 11 ହଜାର 627 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 18 ଲକ୍ଷ 86 ହଜାର 935 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ମୋଟ 154 କୋଟି 61 ଲକ୍ଷ 39 ହଜାର 465 ଡୋଜ ଟିକା ଦିଆଯାଇଛି । ପୂର୍ବ 24 ଘଣ୍ଟାରେ 76, 32, 24 ଲୋକଙ୍କୁ ଟୀକା ଦିଆଯାଇଛି ।


ସେୟାର କରନ୍ତୁ