Coronavirus: ଦେଶରେ ମୋଟ ମୃତକଙ୍କ ସଂଖ୍ୟା 50 ହଜାର ପାଖାପାଖି, 24 ଘଣ୍ଟାରେ COVID-19 ରେ 63,490 ନୂଆ ମାମଲା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶର ସମସ୍ତ ଉଦ୍ୟମ ସତ୍ୱେ କରୋନା ମାମଲା ବଢିବାରେ ଲାଗିଛି । COVID-19 ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ 26 ଲକ୍ଷରେ ପହଞ୍ଚିଛି । ରବିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତାଜା ସଂଖ୍ୟା ମୁତାବକ, ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ 63,490 ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା 25,89,682 ରେ ପହଞ୍ଚିଛି । ଏଥି ସହିତ 944 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ମୋଟ ମୃତକଙ୍କ ସଂଖ୍ୟା ପ୍ରାୟ 50 ହଜାରରେ ପହଞ୍ଚିଛି । ସଂଖ୍ୟା ମୁତାବକ, COVID-19 ରେ ଏପର୍ଯ୍ୟନ୍ତ 49,980 ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ 26.16 ପ୍ରତିଶତ ଆକ୍ଟିଭ ମାମଲା ରହିଛି ।

ମାମଲା ସଂଖ୍ୟା ବଢିବା ମଧ୍ୟରେ ରାହତର ଖବର ହେଉଛି ଯେ ଏଥିରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢୁଅଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ 18,62,258 ଲୋକ ଏହି ବିପଜ୍ଜନକ ଭାଇରସ ଠାରୁ ମୁକୁଳିବାରେ ସକ୍ଷମ ହୋଇଥିବାବେଳେ ଏହା 72 ପ୍ରତିଶତ ପାଖାପାଖି (71.91%)ପୁନରୁଦ୍ଧାର ହାରରେ ଉନ୍ନତି ଆଣିଛନ୍ତି । ମୃତ୍ୟୁ ହାର ଦୁଇ ପ୍ରତିଶତରୁ 1.93 ପ୍ରତିଶତକୁ ଖସି ଅଛି ।


ସେୟାର କରନ୍ତୁ