ରାଜ୍ୟରେ 2924 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 60050କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 2924 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 60050କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 2924 ଜଣଙ୍କ ମଧ୍ୟରୁ 1815ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 1109 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 2924 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ 37 ଜଣ, ବାଲେଶ୍ୱର ଜିଲ୍ଲାରୁ 127 ଜଣ, ବରଗଡ଼ ଜିଲ୍ଲାରୁ 48 ଜଣ, ଭଦ୍ରକ ଜିଲ୍ଲାରୁ 107 ଜଣ, ବଲାଙ୍ଗୀର 27 ଜଣ, ବୌଦ୍ଧ ଜିଲ୍ଲାରୁ 8ଜଣ, କଟକ ଜିଲ୍ଲାରୁ 189 ଜଣ, ଦେଓଗଡ଼ ଜିଲ୍ଲାରୁ 16 ଜଣ, ଢେଙ୍କାନାଳ ଜିଲ୍ଲାରୁ 40 ଜଣ, ଗଜପତି ଜିଲ୍ଲାରୁ 71 ଜଣ, ଗଞ୍ଜାମ ଜିଲ୍ଲାରୁ 318 ଜଣ, ଜଗତସିଂହପୁର ଜିଲ୍ଲାରୁ 47 ଜଣ, ଯାଜପୁର ଜିଲ୍ଲାରୁ 200 ଜଣ, ଝାରସୁଗୁଡ଼ା ଜିଲ୍ଲାରୁ 30 ଜଣ, କଳାହାଣ୍ଡି ଜିଲ୍ଲାରୁ 27 ଜଣ, କନ୍ଧମାଳ ଜିଲ୍ଲାରୁ 50 ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 60 ଜଣ, କେନ୍ଦୁଝର ଜିଲ୍ଲାରୁ 26 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 488 ଜଣ, କୋରାପୁଟ ଜିଲ୍ଲାରୁ 95 ଜଣ, ମାଲକାନଗିରି ଜିଲ୍ଲାରୁ 93 ଜଣ, ମୟୁରଭଞ୍ଜ ଜିଲ୍ଲାରୁ 136 ଜଣ, ନବରଙ୍ଗପୁର ଜିଲ୍ଲାରୁ 26 ଜଣ, ନୟାଗଡ଼ ଜିଲ୍ଲାରୁ 142 ଜଣ, ନୂଆପଡ଼ା ଜିଲ୍ଲାରୁ 20 ଜଣ, ପୁରୀ ଜିଲ୍ଲାରୁ 144 ଜଣ, ରାୟଗଡ଼ା ଜିଲ୍ଲାରୁ 116 ଜଣ, ସମ୍ବଲପୁର ଜିଲ୍ଲାରୁ 37 ଜଣ, ସୋନପୁର ଜିଲ୍ଲାରୁ 38 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 161 ଜଣ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 60050 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 18928ଟି ଆକ୍ଟିଭ କେସ୍ ରହିଅଛି ଏବଂ 40726 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ