Coronavirus: ଭାରତରେ 24 ଘଣ୍ଟାରେ ଆସିଲା 7 ହଜାର 495 ନୂଆ କରୋନା କେସ, 434 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ୍ ବେରିଏଣ୍ଟ ମାମଲା ରପ୍ତାର ସହ କରୋନା କେସ ମଧ୍ୟ ଲଗାତାର ବଢ଼ୁଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 7 ହଜାର 495 ନୂଆ କେସ ସାମ୍ନାକୁ ଆସିଅଛି । ତେବେ 24 ଘଣ୍ଟା ମଧ୍ୟରେ 434 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 7 ହଜାର 495
ଏପର୍ଯ୍ୟନ୍ତ ମୋଟ ମାମଲା – 3 କୋଟି 47 ଲକ୍ଷ 65 ହଜାର 776

ପୂର୍ବ 24 ଘଣ୍ଟାରେ ସୁସ୍ଥ ହୋଇଥିବା ରୋଗୀ – 6 ହଜାର 960
ଏପର୍ଯ୍ୟନ୍ତ ମୋଟ ସୁସ୍ଥ ହୋଇଥିବା ରୋଗୀ -3 କୋଟି 42 ଲକ୍ଷ 08 ହଜାର 926

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 4 ଶହ 34
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 4 ଲକ୍ଷ 78 ହଜାର 759

ମୋଟ ଆକ୍ଟିଭ କେସ- 78 ହଜାର 291

ମୋଟ ଓମିକ୍ରନ ମାମଲା – 2 ଶହ 36

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 22 ଡିସେମ୍ବର ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 66 କୋଟି 86 ଲକ୍ଷ 43 ହଜାର 929 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 12 ଲକ୍ଷ 05 ହଜାର 775 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 139 କୋଟିରୁ ଅଧିକ ଡୋଜ୍ ଆଣ୍ଟି-କରୋନାଭାଇରସ୍ ଟିକା ଦିଆଯାଇଛି । ଗତକାଲି 70 ଲକ୍ଷ 17 ହଜାର 671 ଡୋଜ ଦିଆଯାଇଥିଲା, ଯାହା ପରେ ଦେଶରେ ଏପର୍ଯ୍ୟନ୍ତ 139 କୋଟି 69 ଲକ୍ଷ 76 ହଜାର 774 ଡୋଜ ଟିକା ଦିଆଯାଇଛି ।


ସେୟାର କରନ୍ତୁ