ମୁସଲିମ ପୁଅକୁ ବିବାହ କରିବାକୁ ଚାହୁଁ ନାହାନ୍ତି ଉର୍ଫି ଜାଭେଦ, କହିଲେ କାରଣ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ‘ବିଗ୍ ବସ୍ OTT’ ଖ୍ୟାତି ଉର୍ଫି ଜାଭେଦ ନିଜର ଫ୍ୟାଶନ୍ ସେନ୍ସ ପାଇଁ ଅନେକ ସମୟରେ ହେଡଲାଇନରେ ରୁହନ୍ତି । ପ୍ରଶଂସକମାନେ ତାଙ୍କ ଡ୍ରେସିଂ ଶୈଳୀକୁ ପସନ୍ଦ କରନ୍ତି କିନ୍ତୁ ବେଳେ ବେଳେ ସେ ତାଙ୍କ ପୋଷାକ ହେତୁ ଟ୍ରୋଲର ଟାର୍ଗେଟରେ ଆସନ୍ତି । ବର୍ତ୍ତମାନ ଉର୍ଫି ଜାଭେଦ ଟ୍ରୋଲରୁ ତାଙ୍କ ବିବାହ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ସେ କହିଥିଲେ ଯେ ସେ କୌଣସି ମୁସଲମାନ ପୁଅକୁ ବିବାହ କରିବେ ନାହିଁ ।

ଉର୍ଫି କହିଛନ୍ତି, ଯେତେବେଳେ ସେ ବୋଲ୍ଡ ଲୁକରେ ନଜର ଆସନ୍ତି, ସେତେବେଳେ ତାଙ୍କ ସମାଜ ତାଙ୍କୁ ଅସ୍ୱିକାର କରିଥାଏ । କାରଣ ଇଣ୍ଡଷ୍ଟ୍ରିରେ ତାଙ୍କର କୌଣସି ଗଡଫାଦର ନାହାଁନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଜଣେ ମୁସଲମାନ। ଏକ ଇଣ୍ଟରଭ୍ୟୁରେ ଉର୍ଫି କହିଛନ୍ତି, ‘ମୁଁ ଜଣେ ମୁସଲମାନ ଝିଅ । ଯେତେବେଳେ ବି ଲୋକମାନେ ସୋସିଆଲ ମିଡିଆରେ ମୋ ଉପରେ ଖରାପ ମନ୍ତବ୍ୟ ଦିଅନ୍ତି, ସେଥିମଧ୍ୟରୁ ପ୍ରାୟତଃ ମୁସଲମାନ ଲୋକ । ସେହି ଲୋକମାନେ ଭାବନ୍ତି ଯେ ମୁଁ ଇସଲାମର ଭାବମୂର୍ତ୍ତିକୁ ଅପମାନିତ କରୁଛି । ସେମାନେ ମୋତେ ଘୃଣା କରନ୍ତି କାରଣ ମୁସଲମାନ ପୁରୁଷମାନେ ଚାହାଁନ୍ତି ଯେ ସେମାନଙ୍କର ମହିଳାମାନେ ଏକ ନିର୍ଦ୍ଦିଷ୍ଟ ଆଚରଣ କରିବା ଉଚିତ୍ ।’

ଉର୍ଫି ଆହୁରି କହିଛନ୍ତି, ‘ସେମାନେ ସମ୍ପ୍ରଦାୟର ସମସ୍ତ ମହିଳାଙ୍କୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି ଏବଂ ସେଥିପାଇଁ ମୁଁ ଇସଲାମରେ ବିଶ୍ୱାସ କରେ ନାହିଁ । ମୋତେ ଟ୍ରୋଲ କରିବାର ସବୁଠାରୁ ବଡ କାରଣ ହେଉଛି, ମୁଁ ସେହି ପ୍ରକାର ବ୍ୟବହାର କରେ ନାହିଁ, ଯେପରି ସେମାନେ ଧର୍ମ ଅନୁସାରେ ମୋଠାରୁ ଆଶା କରନ୍ତି ।’

ଯେତେବେଳେ ଉର୍ଫିଙ୍କୁ ପଚରାଗଲା କି ସେ ନିଜ ସମ୍ପ୍ରଦାୟର ବାହାରେ କାହାକୁ ବିବାହ କରିବେ କି? ଉର୍ଫି କହିଛନ୍ତି, ‘ମୁଁ କୌଣସି ମୁସଲମାନ ପୁଅକୁ ବିବାହ କରିବି ନାହିଁ । ମୁଁ ଇସଲାମରେ ବିଶ୍ୱାସ କରେ ନାହିଁ ଏବଂ ମୁଁ କୌଣସି ଧର୍ମ ଅନୁସରଣ କରେ ନାହିଁ, ତେଣୁ ମୁଁ ଯାହାକୁ ଚାହିଁବି ତାଙ୍କୁ ବିବାହ କରିବି ।’


ସେୟାର କରନ୍ତୁ