4 ଦଫା ଦାବି ନେଇ ଆମରଣ ଅନଶନରେ ବସିଲେ ଦଦରାଘାଟି ବିସ୍ଥାପିତ ପ୍ରଜା

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ଦଦରାଘାଟି ଜଳ ପ୍ରକଳ୍ପର ଶତାଧିକ ଜମିହରା ପ୍ରଜା । 4 ଦଫା ଦାବି ନେଇ ଜମିହରା ପ୍ରଜା ମାନେ ପରଜଙ୍ଗ ବଜାରରୁ ଏକ ବିଶାଳକାୟ ଶୋଭାଯାତ୍ରା ମାଧ୍ୟମରେ ବିଭିନ୍ନ ନାରା ବାଜି ଦେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ ।

1980 ମସିହା ପରଠାରୁ ଭେଜିଆ 3ନଂ ଓ 4ନଂ କଲୋନୀର ବସ୍ତି ବାସିନ୍ଦା ମାନେ ନିଜର ଦାବି ପୂରଣ ପାଇଁ ଆନ୍ଦୋଳନ କରି ଆସୁଥିଲେ । ଭେଜିଆର ଉଭୟ 3 ନଂ ଓ 4 ନଂ କଲୋନୀକୁ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମର ମାନ୍ୟତା ,ଜମିହରା ପ୍ରଜା ମାନଙ୍କୁ ଜମିପଟ୍ଟା ପ୍ରଦାନ, ସରକାରୀ ଜମି ଜବରଦଖଲ ଉଚ୍ଛେଦ ଓ ଲିଜ ସୂତ୍ରରେ ଦିଆଯାଇଥିବା ଲିଜ ପଟାକୁ ଖାରଜ କରିବା ଭଳି ଦାବି ଜମିହରା ପ୍ରଜା ମାନେ ଉପସ୍ଥାପନ କରିଥିଲେ । ଯେ ପର୍ଯ୍ୟନ୍ତ ଜମିହରା ପ୍ରଜା ମାନଙ୍କର ଦାବି ପ୍ରଦାନ କରାଯାଇନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି ।


ସେୟାର କରନ୍ତୁ