ରାଜ୍ୟରେ 229 ଜଣ କରୋନା ପଜିଟିଭ ଚି଼ହ୍ନଟ, ମୋଟ ସଂଖ୍ୟା 7545

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 229 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 7545କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 229 ଜଣଙ୍କ ମଧ୍ୟରୁ 193 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 36 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଜରିଆରେ ସୂଚନା ପ୍ରଦାନ କରାଯାଇଛି ।

ତେବେ ଏହି ନୂତନ ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 95 ଜଣ, ବାଲେଶ୍ବରରେ 24 ଜଣ, ଯାଜପୁରରେ 22 ଜଣ, ଖୋର୍ଦ୍ଧାରେ 21 ଜଣ, କଟକରେ 12 ଜଣ, ସୁନ୍ଦରଗଡ଼ରେ 17 ଜଣ, ଝାରସୁଗୁଡ଼ାରେ 10 ଜଣ, ବଲାଙ୍ଗୀରରେ 7 ଜଣ, ନୟାଗଡ଼ରେ 5 ଜଣ, ପୁରୀରେ 4 ଜଣ, ବୌଦ୍ଧରେ 3 ଜଣ, ମୟୂରଭଞ୍ଜରେ 2 ଜଣ ଏବଂ ଅନୁଗୁଳ, ବରଗଡ଼, ଦେବଗଡ଼, ଗଜପତି, ଜଗତସିଂହପୁର, କେନ୍ଦୁଝର, କୋରାପୁଟ ଜିଲ୍ଲାରେ ଜଣେ ଲେଖାଏଁ କୋରାନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ 2157ଟି ଆକ୍ଟିଭ କେସ ରହିଥିବା ବେଳେ 5353 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 25 ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଛି ।


ସେୟାର କରନ୍ତୁ