ରାଜ୍ୟରେ ସୁସ୍ଥ ହେଲେ 149 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 5502

Truthink
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 149 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 5502ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 149 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ 49 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 24 ଜଣ, ମୟୂରଭଂଜ ଜିଲ୍ଲାରୁ 14 ଜଣ, କଟକ ଜିଲ୍ଲାରୁ 13 ଜଣ, କଳାହାଣ୍ଡି 6 ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 6 ଜଣ, ରାୟଗଡ଼ା ଜିଲ୍ଲାରୁ 5 ଜଣ, ଅନୁଗୁଳ, ଝାରସୁଗୁଡ଼ା 4 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 4 ଜଣ, ବଲାଙ୍ଗୀର, ଭଦ୍ରକ, ପୁରୀ ଓ ଯାଜପୁର ଜିଲ୍ଲାରୁ 3-3 ଜଣ, ବାଲେଶ୍ୱର, ଜଗତ୍‌ସିଂହପୁର ଓ ନୟାଗଡ଼ ଜିଲ୍ଲାରୁ 2-2 ଜଣ ଏବଂ ବରଗଡ଼ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ