Coronavirus: ଦେଶରେ 24 ଘଣ୍ଟାରେ ସାମ୍ନାକୁ ଆସିଲା 13 ହଜାର ନୂଆ କରୋନା କେସ, 340 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା କେସ ଲଗାତାର କମିବାରେ ଲାଗି ଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 13 ହଜାର 091 ନୂଆ କେସ ସାମ୍ନାକୁ ଆସିଅଛି । ତେବେ 24 ଘଣ୍ଟା ମଧ୍ୟରେ 340 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 13 ହଜାର 878 ଲୋକ କରୋନା ଭାଇରସକୁ ହରାଇ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 13 ହଜାର 091
ଏପର୍ଯ୍ୟନ୍ତ ମୋଟ ମାମଲା – 3 କୋଟି 44 ଲକ୍ଷ 01 ହଜାର 670

ପୂର୍ବ 24 ଘଣ୍ଟାରେ ସୁସ୍ଥ ହୋଇଥିବା ରୋଗୀ – 13 ହଜାର 878
ଏପର୍ଯ୍ୟନ୍ତ ମୋଟ ସୁସ୍ଥ ହୋଇଥିବା ରୋଗୀ -3 କୋଟି 38 ଲକ୍ଷ 00 ହଜାର 925

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 3 ଶହ 40
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 4 ଲକ୍ଷ 62 ହଜାର 189

ମୋଟ ଆକ୍ଟିଭ କେସ- ଏକ ଲକ୍ଷ 38 ହଜାର 556

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 10 ନଭେମ୍ବର ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 61 କୋଟି 99 ଲକ୍ଷ 02 ହଜାର 064 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 11 ଲକ୍ଷ 89 ହଜାର 470 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ