ନୋରା ଫତେହିଙ୍କ ନୂଆ ଗୀତ ‘କୁସୁ କୁସୁ’ ହେଲା ରିଲିଜ୍, ହଟ ବେଲି ଡ୍ୟାନ୍ସ ହଲାଇଲା ଇଣ୍ଟରନେଟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡର ଡ୍ୟାନ୍ସ ସେନ୍ସେସ୍ ନୋରା ଫତେହିଙ୍କ ନୂଆ ଗୀତ ‘କୁସୁ କୁସୁ’ ରିଲିଜ୍ ହୋଇଯାଇଛି । ଏହି ଗୀତ ମାଧ୍ୟମରେ ନୋରା ଫତେହି ପୁଣି ଥରେ ଇଣ୍ଟରନେଟର ତାପମାତ୍ରା ବୃଦ୍ଧି କରିଛନ୍ତି । ଅଭିନେତ୍ରୀ ନିଜର ପ୍ରଶଂସକଙ୍କୁ ଗତକାଲି ଏହି ଗୀତର ଟିଜର ସେୟାର କରି ସୂଚନା ଦେଇଥିଲେ । ବର୍ତ୍ତମାନ ସତ୍ୟମେବ ଜୟତେ 2 ର ଏହି ଆଇଟମ୍ ଗୀତ ମୁକ୍ତିଲାଭ କରିଛି । ଜନ୍ ଆବ୍ରାହମଙ୍କ ଫିଲ୍ମରେ ନୋରା ଫତେହିଙ୍କ ପ୍ରଶଂସକଙ୍କ ପାଇଁ ଏକ ଡବଲ୍ ଟ୍ରିଟ୍ ଭଳି ହୋଇଛି ।

ଏହି ଗୀତର ଭିଡିଓ ନୋରାଙ୍କ ଡ୍ୟାନ୍ସ ମୁଵସ ସହିତ ଇଣ୍ଟରନେଟରେ ଧମାଲ ମଚାଉ ଅଛି । ଏହି ଗୀତ ଦେଖି ଆପଣ ନିଶ୍ଚିତ ଭାବରେ ତାଙ୍କର ହିଟ୍ ଗୀତ ଦିଲବରକୁ ମନେ ପକାଇବେ । ଏହି ଭିଡିଓରେ ନୋରା ଫତେହିଙ୍କୁ ଏକ ଚମତ୍କାର ଏମ୍ବ୍ରୋଡେଡ୍ ଏବଂ ସୁସଜ୍ଜିତ ଗୋଲାପ ସୁନା ରଙ୍ଗର ପୋଷାକରେ ଦେଖିବାକୁ ମିଳୁଅଛି, ଯେଉଁଥିରେ ସେ ‘କୁସୁ କୁସୁ’ରେ ନିଜର କିଛି ବେଲି ଡ୍ୟାନ୍ସ ପରିବେଷଣ କରୁଥିବା ଦେଖିବାକୁ ମିଳିବ ।

ଏଠାରେ ଦେଖନ୍ତୁ ଭିଡ଼ିଓ….

ଏହି ଫିଲ୍ମକୁ ନେଇ କେବେଠୁ ଜନଙ୍କ ପ୍ରଶଂସକମାନେ ଉତ୍ସାହିତ ଥିଲେ, ବର୍ତ୍ତମାନ ନୋରା ଫତେହିଙ୍କ ଏହି ଗୀତ ପ୍ରଶଂସକଙ୍କୁ ଅଧିକ ଉତ୍ସାହିତ କରିଛି । ଏହି ଗୀତର ଲିରିକ୍ସ ଏବଂ ମ୍ୟୁଜିକ୍ ତନିସ୍କ ବାଗଚି ଦେଇଥିବାବେଳେ ଏହି ଗୀତର ସ୍ୱର ଜହରା ଏସ୍ ଖାନ୍ ଏବଂ ଦେବ ନେଗି ପ୍ରଦାନ କରିଛନ୍ତି । ଏହି ଟିଜର ସେୟାର କରି ନୋରା ଲେଖିଛନ୍ତି – “ଦିଲବର ପରେ ଏବେ ଦିଲରୁବା ଆସିଅଛି “। ଦିଲବର ହେଉଛି ନୋରା ଫତେହିଙ୍କ ଏକ ସୁପରହିଟ୍ ଗୀତ, ଯାହା ୟୁଟ୍ୟୁବରେ 1 ଆରବରୁ ଅଧିକ ଥର ଦେଖାଯାଇଛି । ଏହି ଗୀତଟି କିଛି ସମୟ ହେଲା ଆଉଟ ହୋଇଅଛି ଏବଂ ଭାଇରାଲ ହେବାରେ ଲାଗିଛି ।


ସେୟାର କରନ୍ତୁ