Coronavirus: ଦେଶରେ 24 ଘଣ୍ଟାରେ ସାମ୍ନାକୁ ଆସିଲା 12 ହଜାର 729 ନୂଆ କରୋନା କେସ, 221 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା କେସ ଲଗାତାର କମିବାରେ ଲାଗି ଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 12 ହଜାର 729 ନୂଆ କେସ ସାମ୍ନାକୁ ଆସିଅଛି । ତେବେ 24 ଘଣ୍ଟା ମଧ୍ୟରେ 221 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 12 ହଜାର 165 ଲୋକ କରୋନା ଭାଇରସକୁ ହରାଇ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 12 ହଜାର 729
ଏପର୍ଯ୍ୟନ୍ତ ମୋଟ ମାମଲା – 3 କୋଟି 43 ଲକ୍ଷ 33 ହଜାର 754

ପୂର୍ବ 24 ଘଣ୍ଟାରେ ସୁସ୍ଥ ହୋଇଥିବା ରୋଗୀ – 12 ହଜାର 165
ଏପର୍ଯ୍ୟନ୍ତ ମୋଟ ସୁସ୍ଥ ହୋଇଥିବା ରୋଗୀ -3 କୋଟି 37 ଲକ୍ଷ 24 ହଜାର 959

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 2 ଶହ 21
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 4 ଲକ୍ଷ 59 ହଜାର 873

ମୋଟ ଆକ୍ଟିଭ କେସ- ଏକ ଲକ୍ଷ 48 ହଜାର 922

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 4 ନଭେମ୍ବର ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 61 କୋଟି 30 ଲକ୍ଷ 17 ହଜାର 614 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 6 ଲକ୍ଷ 70 ହଜାର 847 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ