ଗାଁ ଭିତରେ ପଶିଲା ଦନ୍ତା ହାତୀ, ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ବନଖଣ୍ଡ ମହାବୀରରୋଡ ରେଞ୍ଜ୍ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନର ବାରିହାପୁର ଗାଁ’ ଭିତରେ ଦନ୍ତା ହାତୀ ପଶିଥିଲା । ଆଜି ସକାଳୁ ପ୍ରାୟ 6.30 ସମୟରେ ଏହି ଗ୍ରାମରେ ଗୋଠ ଛଡା ଦନ୍ତା ହାତୀ ଆତଙ୍କ ସୃଷ୍ଟି କରିଥିଲା । ପ୍ରାପ୍ତ ସୂଚନା ମୁତାବକ ଆଜି ସକାଳେ ଗାଁ ମଝିରେ ଏକ ଦନ୍ତା ହାତୀ ପଶି ଆସିଥିଲା ,ଯାହା ଫଳରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ଏକ ଗାଈ ମଧ୍ଯ ଗୁରୁତର ଆହତ ହୋଇଛି ।

ତେବେ ଗୁରୁତର ଜଣଙ୍କ ହେଉଛନ୍ତି ସେହି ଗ୍ରାମର ବାଟୁ ମହାରଣା, ଯାହାଙ୍କ ବୟସ ପ୍ରାୟ 60 ବର୍ଷରୁ ଅଧିକ, ତାଙ୍କୁ ଗୁରୁତର ଭାବେ ଢେଙ୍କନାଳ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି । ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣା ପଡିଛି । ଅନ୍ୟ ପଟେ ସକାଳେ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପ୍ରୟାସ ଜାରି ରହିଥିଲା, ହାତୀ ଏବେ ଜଙ୍ଗଲ ମଧ୍ୟକୁ ଚାଲି ଯାଇଛି, ହେଲେ ଗାଁ ଭିତରେ ହାତୀ ଦେଖି ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।


ସେୟାର କରନ୍ତୁ