ଉର୍ମିଲା ମାତୋଣ୍ଡକର ହେଲେ କରୋନା ସଂକ୍ରମିତ, ହେଲେ ହୋମ କ୍ଵାରିଣ୍ଟିଂନ, ପ୍ରଶଂସକଙ୍କୁ ଦେଲେ ସେଫ ଦୀପାବଳୀ ମନାଇବାର ବାର୍ତ୍ତା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର କରୋନା ସଂକ୍ରମିତ ହୋଇଛନ୍ତି । କରୋନା ପଜିଟିଭ ହେବା ପରେ ଉର୍ମିଲା ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଘରେ ସଙ୍ଗରୋଧରେ ରହିଛନ୍ତି । ଏଥିସହିତ ଉର୍ମିଲା ଲୋକଙ୍କୁ ସୁରକ୍ଷିତ ଦୀପାବଳି ପାଳିବା ପାଇଁ ବାର୍ତ୍ତା ବି ଦେଇଛନ୍ତି ।

ଟୁଇଟ କରି ଉର୍ମିଲା ଲେଖିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୁଁ ଠିକ ଅଛି । ମୁଁ ନିଜକୁ ହୋମ କ୍ବାରେଣ୍ଟାଇନ କରି ଦେଇଛି । ମୋର ସମସ୍ତଙ୍କୁ ଅନୁରୋଧ କି ‌ଯେଉଁ ଲୋକମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ତୁରନ୍ତ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ । ଏଥିସହିତ ମୋର ସମସ୍ତଙ୍କୁ ଅନୁରୋଧ କି ଦୀପାବଳିର ଶୁଭ ଅବସରରେ ନିଜର ଯତ୍ନ ରଖିବେ ।

ଉର୍ମିଲାଙ୍କ ଏହି ଟୁଇଟ ପାଇବା ପରେ ତାଙ୍କର ଫ୍ୟାନ୍ସ ଅଭିନେତ୍ରୀ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି କାମନା କରିଛନ୍ତି । ଏହା ବ୍ୟତୀତ ଇଣ୍ଡଷ୍ଟ୍ରିରେ ଉର୍ମିଲାଙ୍କ ପାଖ ଲୋକମାନେ ମଧ୍ୟ ତାଙ୍କ ପାଇଁ ପ୍ରାଥନା କରୁଅଛନ୍ତି ।


ସେୟାର କରନ୍ତୁ